Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

OTET ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ

Rashmita Mishra
Browse all articles by Rashmita Mishra
·11 months ago·1 min read
OTET ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ

Key Points

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା

ଦ୍ବିତୀୟ ଦିନରେ ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ

ଘଟଣାରେ ଆଉ କାହାର ସମ୍ପୃକ୍ତି, କେତେ ଟଙ୍କାର ହୋଇଛି କାରବାର, ହେବ ଖୋଳତାଡ଼
ଗତକାଲି ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ

OTET ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା । ଦ୍ବିତୀୟ ଦିନରେ ଗିରଫ ଦୁଇ ଅଭିଯୁକ୍ତଙ୍କଠାରୁ ତଥ୍ୟ ଓଗାଳିବ କ୍ରାଇମବ୍ରାଞ୍ଚ । ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଘନ ଘନ ଜେରା କରାଯାଉଛି । ଗତକାଲି ଅଭିଯୁକ୍ତ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଚୌଦ୍ଵାର ଜେଲରୁ ଦୁଇ ଜଣଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ଅଣାଯାଇ ଜେରା କରାଯାଉଛି। ନିଲମ୍ବିତ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଲାପଟପରୁ ପ୍ରଶ୍ନପତ୍ର ପେନ୍ ଡ୍ରାଇଭରେ ନେଇଥିଲେ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା । ଏହାକୁ ସେ ଶିକ୍ଷକ ନେତା ବିଜୟ ମିଶ୍ରଙ୍କୁ ପଠାଇଥିଲେ ।


ଏଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ପାଇଥିଲା ଜିତେନ୍ । ଏ ଘଟଣାରେ ଆଉ କାହା କାହାର ସଂପୃକ୍ତି ରହିଛି, ମୋଟ କେତେ ଟଙ୍କାର କାରବାର ହୋଇଛି ? ଜିତନ ଓ ବିଜୟ କେଉଁ କେଉଁ ମାନଙ୍କ ସହ ସମ୍ପର୍କରେ ଥିଲେ ଏଭଳି ବିଭିନ୍ନ ପ୍ରଶ୍ନରେ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ଅଲଗା ଅଲଗା ଜେରା ପରେ ଏକାଠି ବସାଇ ସାମ୍ନାସାମ୍ନି ଜେରା କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
OTET Question Paper Leak Case: Crime Branch to Interrogate Two Arrested Accused | Argus News | Argus News