Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - OUATକୁ ପୁରିଲା ୬୦ ବର୍ଷ, ଡାଇମଣ୍ଡ ଜୁବ୍‌ଲୀ ପାଳନ କଲା ବିଶ୍ଵବିଦ୍ୟାଳୟ

Odisha

OUATକୁ ପୁରିଲା ୬୦ ବର୍ଷ, ଡାଇମଣ୍ଡ ଜୁବ୍‌ଲୀ ପାଳନ କଲା ବିଶ୍ଵବିଦ୍ୟାଳୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
OUATକୁ ପୁରିଲା ୬୦ ବର୍ଷ, ଡାଇମଣ୍ଡ ଜୁବ୍‌ଲୀ ପାଳନ କଲା ବିଶ୍ଵବିଦ୍ୟାଳୟ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ମୌଳିକ ବିଜ୍ଞାନ ଓ କଳା ମହାବିଦ୍ୟାଳୟ ୧୯୬୪ ମସିହାରେ ସ୍ଥାପିତ ହୋଇଥିଲା । ୨୦୨୪ ମସିହାରେ ଏହି ମହାବିଦ୍ୟାଳୟ ୬୦ ବର୍ଷରେ ପଦାର୍ପଣ କରିଛି । ଏହି ୬୦ ବର୍ଷର ସଫଳତାକୁ ହୀରକ ଜୟନ୍ତୀ ରୂପେ ଚଳିତ ବର୍ଷ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସାଇନ୍ସ କମିଟି ଦ୍ଵାରା ଆଜି ମହାବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଅଛି I


ମହାବିଦ୍ୟାଳୟର ସାଇନ୍ସ କମିଟି ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ନିର୍ଦ୍ଦେଶିକା ଡଃ. ନନ୍ଦିତା ସ୍ଵାଇଁ କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀ ଛାତ୍ରଛାତ୍ରୀମାନଙ୍କର ବିଜ୍ଞାନରେ ରୁଚି ସହିତ ନିଜର ଅନ୍ତନିର୍ହିତ ଗୁଣାବଳୀର ପରିପ୍ରକାଶ ହୋଇପାରୁଛି ବୋଲି କହିଥିଲେ । ସମାଜରେ ଘଟୁଥ‌ିବା ଅନେକ ସମସ୍ୟାର ସମାଧାନ ଦିଗରେ ବିଦ୍ୟାର୍ଥୀମାନଙ୍କ ଚିନ୍ତାଧାରା ଅନେକଙ୍କୁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ । ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୫ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ୮୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ୪୦ରୁ ଉର୍ଦ୍ଧ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା I

ବିଚାରକ ଭାବେ ଭାରତୀୟ ଜଳ ପରିଚାଳନା, ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡଃ. ପ୍ରମୋଦ କୁମାର ପଣ୍ଡା, ଖଣିଜ ଓ ବସ୍ତୁ ବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡଃ. ପ୍ରଭାସ ବେହେରା ଏବଂ  ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵ ବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡଃ. ବାସୁଦେବ କରଙ୍କ ଦ୍ଵାରା ଶ୍ରେଷ୍ଠ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହାବିଦ୍ୟାଳୟର ସାଇନ୍ସ କମିଟିର ଉପସଭାପତି ଡକ୍ଟର ରୋଜାଲିନ ପଟ୍ଟନାୟକ ବିଚାରକମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସଫଳ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ଫଳରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଥିଲା ବୋଲି କହିଥିଲେ । ଏଥିସହିତ ଛାତ୍ରଛାତ୍ରୀଙ୍କ ଯୋଗଦାନ ବିଜ୍ଞାନ ପ୍ରଦର୍ଶନୀ ସଫଳ ହୋଇପାରିଛି ବୋଲି କହିଥିଲେ । ସାଇନ୍ସ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ, ସହ ଅଧ୍ୟକ୍ଷ ସୁହାନି ରାଉତ୍ ଓ ଇନ୍ ଚାର୍ଜ ଅମରେନ୍ଦ୍ର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସଫଳ ଭୂମିକା ଗ୍ରହଣ କରିଥିଲେ ।

Sponsored
OUAT turns 60 years old, university celebrates diamond jubilee | Argus News