Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆନ୍ଦୋଳନରେ ବସିଛନ୍ତି ଆମ ବସ୍ ଡ୍ରାଇଭର ଓ କଣ୍ଡକ୍ଟର

Rashmita Mishra
Browse all articles by Rashmita Mishra
·1 year ago·1 min read
ଆନ୍ଦୋଳନରେ ବସିଛନ୍ତି ଆମ ବସ୍ ଡ୍ରାଇଭର ଓ କଣ୍ଡକ୍ଟର

ଭୁବନେଶ୍ବରରେ `ଆମ ବସ୍' ସେବା ଠପ୍ । ଆନ୍ଦୋଳନରେ ବସିଛନ୍ତି ଆମ ବସ୍ ଡ୍ରାଇଭର ଓ କଣ୍ଡକ୍ଟର । ବିନା କାରଣରେ ଅନେକ ସମୟରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ ମାରାଯାଉଥିବା ଅଭିଯୋଗ ହେଉଛି । ରାଜ୍ୟ ସରକାର ସେମାନଙ୍କୁ ସୁରକ୍ଷା ନଦେଲେ ଗାଡି ଗଡିବ ନାହିଁ ବୋଲି ଆମ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ମାନେ ଚେତାବନୀ ଦେଇଛନ୍ତି ।


ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସକାଳୁ ‘ଆମ ବସ’ ସେବା ଠପ ହୋଇଯାଇଛି। ସୁରକ୍ଷା ଦାବିରେ ବସ ଡ୍ରାଇଭର୍‌ ଓ କଣ୍ଡକ୍ଟର ଆନ୍ଦୋଳନକୁ ଓହ୍ଲାଇଥିବାରୁ ଏହି ସେବା ଏକ ପ୍ରକାର ବନ୍ଦ ହୋଇଯାଇଛି, ଫଳରେ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସୂଚନାଯୋଗ୍ୟ, ବିନା କାରଣରେ ଡ୍ରାଇଭର୍‌ ଓ କଣ୍ଡକ୍ଟରଙ୍କୁ ମାଡ଼ ଅଭିଯୋଗରେ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ‘ଆମ ବସ’ ଡିପୋରେ ବସ ରଖି ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କିଛିଦିନ ତଳେ ‘ଆମ ବସ’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ସାଧାରଣ ଜନତାଙ୍କ ଧନଜୀବନ ହାନି ହୋଇଥିଲା। ଦୁର୍ଘଟଣା ପରେ ଡ୍ରାଇଭରଙ୍କୁ ମାଡ଼ ମାରିବା, ବସ ଭାଙ୍ଗିଦେବା ଆଦି ଘଟଣା ବି ଘଟିଥିଲା। ଏସବୁ ପରେ ମଙ୍ଗଳବାର ‘ଆମ ବସ’ର ଡ୍ରାଇଭର ଓ କଣ୍ଡକ୍ଟର ଏହାକୁ ପ୍ରତିବାଦକରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
our-bus-drivers-and-conductors-are-sitting-in-protest | Argus News