Videos
|
Odisha

ବିକଶିତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ:ରାଜ୍ୟପାଳ 

Sangram Tripathy
Browse all articles by Sangram Tripathy
·2 years ago·1 min read
ବିକଶିତ ଓଡ଼ିଶା ଗଠନ ଆମର ଲକ୍ଷ୍ୟ:ରାଜ୍ୟପାଳ 


ଅର୍ଗସ ବ୍ୟୁରୋ:ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସ ବିଧାନସଭା ଅଧିବେଶନ ଆରମ୍ଭରେ ତାଙ୍କ ଅଭିଭାଷଣ ରଖିଛନ୍ତି ସେ କହିଛନ୍ତି, ବିକଶିତ ଓଡ଼ିଶା ଗଠନ ସରକାରଙ୍କ ଲକ୍ଷ୍ୟ।ଓଡ଼ିଆ ଅସ୍ମିତା ଏବଂ ଜଗନ୍ନାଥ ସଂସ୍କୃତି ପାଇଁ ଆମେ କାମ କରିବୁ। ଭାରତବର୍ଷରେ ଓଡ଼ିଶା ହେବ ଯାଉଛି ବାଜରାର ହବ୍। ବାଜରା ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ଓ ବ୍ୟବହାର ବୃଦ୍ଧି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ବିଦ୍ୟାଳୟ ଏବଂ ସରକାରୀ କ୍ୟାଣ୍ଟିନ ବାଜରା ପ୍ରଚଳନ ପାଇଁ ନିଆଯିବ ପଦକ୍ଷେପ।

ଓଡ଼ିଶାରେ ଆୟୁଷ୍ମାନ୍ ଭାରତ ଯୋଜନା ଲାଗୁ କରାଯିବ। ମତ୍ସ୍ୟଚାଷ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଯୁବକଙ୍କୁ ରୋଜଗାର ସରକାରରଙ୍କ ପ୍ରାଥମିକତା ରହିବ। ମହିଳା ଭୂମିହୀନ କୃଷକଙ୍କୁ ପ୍ରୋତ୍ସାହିତ କରିବେ ସରକାର। ରାଜ୍ୟପାଳଙ୍କ ଅଭିଭାଷଣ ରଖାଯିବା ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ ।

ଗୃହକୁ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରାଯାଇଛି। ୨୫ ତାରିଖରେ ଉପସ୍ଥାପିତ ହେବ ପୂର୍ଣ୍ଣ ବଜେଟ୍ । ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ଦିଆଯିବ ନିଯୁକ୍ତି। ଅନୁସୂଚିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କରାଯିବ କାର୍ଯ୍ୟକାରୀ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Our goal is to build a developed Odisha: Governor | Argus News