Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ସରକାରକୁ ଧୋଇଦେଲେ ମୋଦି

Odisha

ବିଜେଡି ସରକାରକୁ ଧୋଇଦେଲେ ମୋଦି

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି ସରକାରକୁ ଧୋଇଦେଲେ ମୋଦି

Key Points

  • ବିଜେଡି ସରକାରକୁ ଧୋଇଦେଲେ ମୋଦି
  • ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ 
  • ସିଏମ ଜଣେ, ସୁପର ସିଏମ ଆଉ ଜଣେ

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମୋଦି । 

ବ୍ରହ୍ମପୁର, ନବରଙ୍ଗପୁର, ଫୁଲବାଣୀ, ବଲାଙ୍ଗିର , ବରଗଡ଼  । ମୋଦିଙ୍କ ନିଶାନାରେ ଥିଲେ ନବୀନ । ପୁରା ଶାଣିତ ଢଙ୍ଗରେ ନବୀନଙ୍କ ଉପରେ ମନଖୋଲା ବର୍ଷିଛନ୍ତି ମୋଦି । ସଭା ମଂଚରେ ପହଞ୍ଚୁ ପହଞ୍ଚୁ ରାଜ୍ୟ ସରକାରଙ୍କ ଉପରେ ହମଲା କରିବା ସହିତ କେନ୍ଦ୍ର କେତେ ଟଙ୍କା ଦେଇଛି ତାହାର ବି ଗୁମର ଖୋଲିଥିଲେ । ହେଲେ ପୂର୍ବ ଅପେକ୍ଷା ଆଜିର ଆକ୍ରମଣ ଥିଲା ପୁରା ସାନଦାନ, ଜବରଦସ୍ତ, ଧମାକାଦାର । ରତ୍ନଭଣ୍ଡାରଠୁ ଶ୍ରୀମନ୍ଦିର...ଆୟୁଷ୍ମାନଠୁ ଆରମ୍ଭ କରି ଓଡ଼ିଆ ଅସ୍ମିତା । ଏ ସବୁ ପ୍ରସଙ୍ଗରେ ଗୋଟି ଗୋଟି କରି ଜବାବ ରଖିଥିଲେ । କେନ୍ଦ୍ର କେତେ ଦେଉଛନ୍ତି କଡା ଗଣ୍ଡା କରି ହିସାବ ଦେଇଥିଲେ । ନିର୍ବାଚନ ଆରମ୍ଭର ଠିକ୍‌ ଦିନକ ପୂର୍ବରୁ ମୋଦିଙ୍କ ଏମିତି ବୟାନକୁ ନେଇ ଚର୍ଚ୍ଚା ଜୋର ।

ବରଗଡ଼ରେ ବି ମୋଦି ହୁଙ୍କାର । ରାଜ୍ୟ ସରକାରଙ୍କ ଉପରେ ଆସୁ ଆସୁ କଲେ ହମଲା । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ୨୫ ବର୍ଷ ଭିତରେ ବିଜେଡି ସରକାର ଓଡ଼ିଶାକୁ ଗରିବୀରୁ ବାହାରକୁ ଆଣିପାରିନି । ସାରା ଓଡ଼ିଶାରେ ବିଜେଡି ପ୍ରତି ଲୋକଙ୍କ ପ୍ରବଳ ରାଗ ରହିଛି । କାରଣ ଓଡ଼ିଶାରେ ସରକାର ପୂରା ଆଉଟ ସୋର୍ସ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଜଣେ ସୁପର ସିଏମ୍‌ ହୋଇଗଲେଣି । ଯିଏ ଓଡ଼ିଶାକୁ ଜାଣିନି, ତା ହାତକୁ ଓଡ଼ିଶା ଯିବା ଉଚିତ କି ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରଶ୍ନ କରିଛନ୍ତି ? ଓଡ଼ିଶାକୁ ବଞ୍ଚାଇବା ଦାୟିତ୍ୱ କାହାର ବୋଲି ପଚାରିଛନ୍ତି ପ୍ରଧାନମନ୍ତ୍ରୀ । ମୋ ଓଡ଼ିଶାକୁ ବଞ୍ଚାଇବାକୁ ଆପଣମାନଙ୍କୁ ପ୍ରାର୍ଥନା କରୁଛି । ନେହୁରା ହେଉଛି ମୋ ଓଡ଼ିଶାକୁ ବଞ୍ଚାଇ ଦିଅନ୍ତୁ ବୋଲି ଆକୁଳ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅପାର ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ ଓଡ଼ିଶା ଗରିବ କାହିଁକି । ଓଡ଼ିଶା ଧନୀ, କିନ୍ତୁ ଲୋକେ ସବୁବେଳେ ଗରିବ କାହିଁକି । ଏହାର କାରଣ ଆପଣଙ୍କ ସରକାରକୁ ନିର୍ବାଚିତ ଲୋକ ଚଳାଉ ନାହାନ୍ତି । ତେଣୁ ସମୟ ଆସିଯାଇଛି, ବଦଳିବା ଦରକାର ଏ ସରକାର ବୋଲି କହିଛନ୍ତି ମୋଦି ।
 

Argus Whatsapp Channel Mobile Top
Sponsored
PM Modi | Argus News