ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ୨୪୮ IAS ପଦବୀରୁ ୬୭ ଖାଲି, ନାହାନ୍ତି ୬୯ IPS

ଭୁବନେଶ୍ଵର: ରାଜ୍ୟ ପ୍ରଶାସନରେ ଏକାଧିକ ଅଫିସର ପଦବୀ ଖାଲି ପଡ଼ିଛି । ଆଇଏଏସ୍ରୁ ନେଇ ଆଇପିଏସ୍ ପୁଣି ଆଇଏଫ୍ଏସ ଭଳି ସର୍ବଭାରତୀୟ ସେବା ପଦ ସହ ଓଏଏସ୍, ଓପିଏଏସ୍ ଭଳି ରାଜ୍ୟ ପଦବୀ ବି ସମ୍ପୂର୍ଣ୍ଣ ପୂରଣ ହୋଇପାରି ନାହିଁ । ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଓଡ଼ିଶାରେ ୨୪୮ଟି ମଞ୍ଜୁରୀ ପ୍ରାପ୍ତ ଆଇଏଏସ୍ ପଦବୀ ରହିଥିବା ବେଳେ ବର୍ତ୍ତମାନ ୧୮୧ ଜଣ କାର୍ଯ୍ୟରତ ଅଧିକାରୀ ଅଛନ୍ତି । ଖାଲି ପଡ଼ିଛି ୬୭ଟି ଆଇଏଏସ୍ ପଦ । ସେହିଭଳି ୧୯୫ ଆଇପିଏସ୍ ପଦକୁ ମଞ୍ଜୁରୀ ମିଳିଥିବା ବେଳେ ୧୨୬ ଆଇପିଏସ୍ଙ୍କୁ ନିଯୁକ୍ତି ମିଳିଛି, ଖାଲି ପଡ଼ିଛି ୬୯ଟି ପଦ । ମଞ୍ଜୁରୀ ପ୍ରାପ୍ତ ୧୪୧ଟି ଆଇଏଫଏସ୍ ପଦବୀରୁ ୭୨ ଅଧିକାରୀ କାର୍ଯ୍ୟ କରୁଥିବା ବେଳେ ୬୯ଟି ପ ଖାଲି ରହିଛି ।
ସେହିଭଳି ଓଡ଼ିଶା ପ୍ରଶାସନିକ ସେବାରେ ଏକା ଅବସ୍ଥା । ମଞ୍ଜୁରୀ ପ୍ରାପ୍ତ ୨୨୪୮ ଓଏଏସ୍ ପଦବୀରୁ ୧୯୯୫ ଜଣ ଅଧିକାରୀ କାର୍ଯ୍ୟରତ ରହିଥିବା ବେଳେ ୨୫୩ଟି ପଦବୀ ଖାଲି ପଡ଼ିଛି । ୮୨୯ ଓପିଏଏସ୍ ପଦବୀକୁ ମଞ୍ଜୁରୀ ମିଳିଥିବା ବେଳେ ୫୭୬ ଜଣଙ୍କୁ ନିଯୁକ୍ତି ମିଳିଛି । ଖାଲି ପଡ଼ିଛି ୨୫୩ଟି ପଦବୀ ।
📱 Get Argus News App
✨
ଓଡ଼ିଶା ଅର୍ଥ ସେବାରେ ୧୧୭୨ଟି ମଞ୍ଜୁରୀ ପ୍ରାପ୍ତ ପଦବୀ ରହିଥିବା ବେଳେ ୮୯୮ ଜଣ ଅଧିକାରୀ କାର୍ଯ୍ୟରତ ଅଛନ୍ତି । ଖାଲି ପଡ଼ିଛି ୨୭୪ ପଦବୀ । ଓଡ଼ିଶା ବନ ସେବରେ ମଞ୍ଜୁରୀ ପ୍ରାପ୍ତ ୧୦୫୮ ପଦବୀରୁ ୪୪୭ ଜଣ ନିଯୁକ୍ତି ପାଇଥିବା ବେଳେ ୬୧୧ଟି ପଦବୀ ଖାଲି ରହିଛି । ଓଆରଏସ୍ରେ ୧୨୯୦ ମଞ୍ଜୁରୀ ପ୍ରାପ୍ତ ପଦବୀରୁ ୧୦୨୭ ଜଣ ଅଧିକାରୀ କାର୍ଯ୍ୟରତ ରହିବା ବେଳେ ୨୬୩ଟି ପଦବୀ ଖାଲି ପଡ଼ିଛି । ନିଯୁକ୍ତି ନେଇ ପଦକ୍ଷେପ ନିଆ ଯାଉଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।