ପାଗଳ କୁକୁର ଆତଙ୍କ, ୧୦ରୁ ଉର୍ଦ୍ଧ୍ଵ ଲୋକ ମେଡିକାଲରେ ଭର୍ତ୍ତି
·11 months ago·1 min read

Key Points
ଗାଁରେ ପାଗଳ କୁକୁର ଆତଙ୍କ
କୁକୁର କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ
ସମସ୍ତେ ଆସିକା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ପାଗଳ ବୁଲା କୁକୁର ଆତଙ୍କ l ଧରାକୋଟ ବ୍ଲକର କୁସୁରାବ ,ଲକ୍ଷ୍ମୀପୁର, ଓ ବରୁଗୁଡ଼ା ଗାଁରେ ପାଗଳା ବୁଲା କୁକୁର କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ବ ଲୋକ ଆହତ l ଆହତ ମାନଙ୍କୁ ସ୍ଥାନୀୟ ଲୋକେ ଆସିକା ମେଡିକାଲରେ ଭର୍ତ୍ତି କରିଛନ୍ତି l ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଧରାକୋଟର କୁସୁରାବ ,ଲକ୍ଷ୍ମୀପୁର, ଓ ବରୁଗୁଡ଼ା ଗ୍ରାମରେ ଗୋଟିଏ ପାଗଳ ବୁଲା କୁକୁର ଆତଙ୍କ ଖେଳାଇ ଥିବା ଦେଖିବାକୁ ମିଳିଥିଲା l
ସ୍ଥାନୀୟ ଲୋକମାନେ ବିଭିନ୍ନ କାମରେ ଘରୁ ବାହାରକୁ ବାହାରିବା ମାତ୍ରେ କୁକୁରଟି ଗୋଡେଇ ଗୋଡେଇ ଲୋକଙ୍କୁ କାମୁଡି ଥିଲା l ୧୦ ଉର୍ଦ୍ଧ୍ବ ଲୋକ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ ପାଗଳ ବୁଲା କୁକୁରକୁ ସ୍ଥାନୀୟ କୁସୁରାବ ଗାଁର ଲୋକେ ବାଡେଇ ମାରିଦେଇଥିବା ଜଣା ପଡିଛି l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: