Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚତୁର୍ଥ ପର୍ଯ୍ୟାୟରେ ଆଜି ୧୮ ଲକ୍ଷ 'ସୁଭଦ୍ରା' ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଚତୁର୍ଥ ପର୍ଯ୍ୟାୟରେ ଆଜି ୧୮ ଲକ୍ଷ 'ସୁଭଦ୍ରା' ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା

Key Points

ଆଜି ୧୮ ଲକ୍ଷରୁ ଊର୍ଦ୍ଧ୍ଵ ଭଉଣୀ ସୁଭଦ୍ରା ଟଙ୍କା ପାଇବେ । ଆଜି ୧୮ ଲକ୍ଷଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ ପରେ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ ।

ଯାଜପୁର: ଆଜି ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି । ଯାଜପୁରରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟର ପ୍ରଥମ କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଜି ୧୮ ଲକ୍ଷରୁ ଊର୍ଦ୍ଧ୍ଵ ଭଉଣୀ ସୁଭଦ୍ରା ଟଙ୍କା ପାଇବେ । ଆଜି ୧୮ ଲକ୍ଷଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ ପରେ ଲାଭାର୍ଥୀଙ୍କ ସଂଖ୍ୟା ୯୮ ଲକ୍ଷରେ ପହଞ୍ଚିବ । ଯେଉଁମାନେ NPCI କ୍ଲିଅର ହୋଇ ନଥିବାରୁ ରହିଯିବେ ସେମାନଙ୍କ ପାଇଁ ମାସେ ଅପେକ୍ଷା ରହିବ । ମାର୍ଚ୍ଚ ୮ରେ ସେମାନଙ୍କୁ ଯୋଡ଼ା ଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୩ ଲକ୍ଷ ୩୮ ହଜାର NPCI ମଧ୍ୟରୁ ୬୯ ହଜାର ଜଣଙ୍କ ଏନ୍‌ପିସିଆଇ କ୍ଲିଅର ହୋଇଛି । ଯେଉଁମାନଙ୍କ ଏନ୍‌ପିସିଆଇ କ୍ଲିଅର ହୋଇନି, ସେମାନଙ୍କୁ ବ୍ୟକ୍ତିଗତ ଆପ୍ରୋଚ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୁଖ୍ୟମନ୍ତ୍ରୀ କହିଛନ୍ତି, କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ୍ ପଡ଼ିବେ ନାହିଁ । ତେଣୁ ଯେ ପର୍ଯ୍ୟନ୍ତ ହିତାଧିକାରୀ ଯୋଡ଼ି ହେଉଥିବେ, ସେ ପର୍ଯ୍ୟନ୍ତ ସୁଭଦ୍ରା ମିଳୁଥିବ ।


ପ୍ରଥମ କିସ୍ତିରେ ଯେଉଁମାନେ ଯୋଡ଼ି ହେବେ ସେମାନେ ମାର୍ଚ୍ଚ ୮ରେ ଦ୍ଵିତୀୟ କିସ୍ତି ପାଇବେ । ମହିଳାଙ୍କ ଲାଗି ସୁଭଦ୍ରା ଯୋଜନା ବିକାଶର ମୂଳପିଣ୍ଡ । ମହିଳାଙ୍କ ଲାଗି ବିଭିନ୍ନ ମୁଦ୍ରାରେ ସୁଭଦ୍ରା ଆସିବ । ମହିଳା ସଶକ୍ତିକରଣର ଇଏ ଆରମ୍ଭ ମାତ୍ର ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Sponsored
Over 18 Lakh Women To Get Subhadra Today In Jajpur | Argus News