Bangladesh / ବିଦା ହେଉଛନ୍ତି ବାଂଲାଦେଶୀ, ଆଉ ଚଳିବନି ଚାଲ୍...
·9 months ago·2 min read

Key Points
ଜଗତସିଂହପୁର: ତରିକୁନ୍ଦ ଦରିଆପୁର ବସ୍ତିରେ ସଦର ପୋଲିସର ଚଢ଼ାଉ
୨୦ରୁ ଉର୍ଦ୍ଧ୍ବ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ
ବସ୍ତିର ଏକ ମଦ୍ରାସାରେ କିଛି ବାଂଲାଦେଶୀ ଥିବା ଖବର ପାଇ ରେଡ୍ ହୋଇଥିଲା

ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଦରିଆପୁର ବସ୍ତିରେ ସଦର ପୋଲିସର ଚଢ଼ାଉ । 20ରୁ ଉର୍ଦ୍ଧ୍ୱ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଠାବ କରାଯିବା ସହ ଅଟକ ରଖାଯାଇଛି । ଗତକାଲି ରାତିରେ ଆଡିସନାଲ ଏସ୍ପି ଓ SDPOଙ୍କ ନେତୃତ୍ବରେ ଅଚାନକ ଚଢ଼ାଉ କରାଯାଇଥିଲା । ଘଟଣା ସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଏହି ବସ୍ତିରେ ଥିବା ଏକ ମଦ୍ରାସାରେ କିଛି ବାଂଲାଦେଶୀ ରହିଥିବାର ଖବର ପାଇବା ପରେ ପୋଲିସ ଚଢ଼ାଉ ଆରମ୍ଭ କରିଥିଲା । ଅଟକ ବାଂଲାଦେଶୀ ଙ୍କ ମଧ୍ୟରୁ କିଛି ଜଣ ଜଣ ନାବାଳକ ରହିଛନ୍ତି । ଏହା ପୂର୍ବରୁ ମଧ୍ୟ ଜଗତସିଂହପୁରରୁ ଅନେକ ବାଂଲାଦେଶୀଙ୍କୁ ତଡା ଯାଇଥିବାବେଳେ ପୁଣି ୨୦ରୁ ଉର୍ଦ୍ଧ୍ୱ ବାଂଲାଦେଶୀ ଅଟକ ରହିଛନ୍ତି।
ସେପଟେ ଓଡ଼ିଶାରେ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହୋଇଥିଲେ ମୋଟ ୫୧ ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୫୧ ଜଣ ଚିହ୍ନଟଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଇ ଦିଆଯାଇଛି । ଦୁଇ ଜଣ ଜାଲ୍ କାଗଜପତ୍ରରେ ଭାରତୀୟ ପାସପୋର୍ଟ କରିଥିବାରୁ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗତକାଲି ରାତିରେ ପୁଣି ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟା ବର୍ତ୍ତମାନ ବଢ଼ି ବଢ଼ି ଚାଲିଛି। ରାଜ୍ୟରେ ବିଜେପି ସରକାର ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏଥିସହ ପଢ଼ନ୍ତୁ: ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ
ମୁଖ୍ୟମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, ଖୋର୍ଦ୍ଧାରୁ ୨୪ ଜଣ, କଟକରୁ ୧୫ ଜଣ, ଗଞ୍ଜାମରୁ ୬ ଜଣ, କନ୍ଧମାଳରୁ ୩ ଜଣ, କୋରାପୁଟରୁ ଜଣଙ୍କୁ ଆଇନଗତ ଭାବେ ବାଂଲାଦେଶ ପଠାଇ ଦିଆଯାଇଛି । ଗଞ୍ଜାମ ଓ କନ୍ଧମାଳରୁ ଜଣେ ଲେଖାଏଁ ଅନୁପ୍ରବେଶକାରୀ ଜାଲ୍ କାଗଜପତ୍ର ଦେଇ ନିଜ ନାଁରେ ଭାରତୀୟ ପାସପୋର୍ଟ ତିଆରି କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଟି ରାଜ୍ୟ ସ୍ତରୀୟ ଏବଂ ୧୮ଟି ଜିଲ୍ଲା ସ୍ତରୀୟ ଅଟକ କେନ୍ଦ୍ର ଖୋଲା ଯାଇଛି । ମୋଟ ୨୦ଟି ଅନୁପ୍ରବେଶ କେନ୍ଦ୍ର ଖୋଲାଯାଇ ଚିହ୍ନଟ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦେଶାନ୍ତର ପର୍ଯ୍ୟନ୍ତ ସେଠାରେ ରଖାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶୀମାନଙ୍କ ଦ୍ଵାରା ବ୍ୟବହୃତ bksh, Nagad, Prothom, Alo, Kotha ଇତ୍ୟାଦି ଆପ୍ଲିକେସନ୍ ବ୍ୟବହାର କରି ପୋଲିସ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରୁଛି । ପ୍ରକ୍ରିୟାକୁ ଅଧିକ ତ୍ଵରାନ୍ଵିତ ଓ ତଦାରଖ ପାଇଁ ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀ ଜିଲ୍ଲା ଗସ୍ତ କରୁଛନ୍ତି । ଏଥିସହ ରାଜ୍ୟର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଏବଂ ଦେଶାନ୍ତରୀକରଣ ପାଇଁ 'ସ୍ଵତନ୍ତ୍ର କାର୍ଯ୍ୟ ବାହିନୀ' ଗଠନ କରାଯାଇଛି । ସମସ୍ତ ଜିଲ୍ଲାର ଏସ୍ପିମାନଙ୍କୁ ନିୟମିତ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ତ୍ଵରାନ୍ଵିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories