ଓଲଟିଲା ସ୍କୁଲ ଭ୍ୟାନ: ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗୁରୁତର
·1 year ago

ବୋରିଗୁମ୍ମା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ ଭ୍ୟାନ। ଭ୍ୟାନରେ ବସିଥିବା ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ଭ୍ୟାନଟି ଛାତ୍ରଛାତ୍ରୀ ଙ୍କୁ ବସାଇ ବୋରିଗୁମ୍ମା ଅଭିମୁଖେ ଆସୁଥିଲା। ଅତ୍ୟଧିକ ସ୍ପିଡ଼ ଗାଡି ଚାଳନା କାରଣରୁ ନିୟନ୍ତ୍ରଣ ହରାଇ ସର୍ଗିଗୁଡା ନିକଟରେ ରୋଡରୁ ତଳକୁ ଓଲଟି ପଡ଼ିଛି। ଭ୍ୟାନ ପଛପଟୁ ଆସୁଥିବା କିଛି ବାଇକ ଚାଳକ ଭ୍ୟାନରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରିଥିଲେ।
ସମସ୍ତ ଛାତ୍ରଛାତ୍ରୀ ହେଉଛନ୍ତି ବୋରିଗୁମ୍ମା ସରସ୍ୱତୀ ଶିଶୁ ମନ୍ଦିରର। ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଛାତ୍ରଛାତ୍ରୀଙ୍କୁ ବୋରିଗୁମ୍ମା ମେଡିକାଲରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବୋରିଗୁମ୍ମା ପୋଲିସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚିଲେଣି। ଜଣେ ଛାତ୍ରୀଙ୍କ ଅବସ୍ଥା ଶଙ୍କଟାପନ୍ନ ଥିବା ଜଣାପଡିଛି। ଅତ୍ୟଧିକ ସ୍ପିଡ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: