Videos
|
Odisha

ଓଲଟିଲା ଶ୍ରମିକ ବୋଝେଇ ପିକଅପ: ୭ ଗୁରୁତର

Ritu Das
Browse all articles by Ritu Das
·1 year ago
ଓଲଟିଲା ଶ୍ରମିକ ବୋଝେଇ ପିକଅପ: ୭ ଗୁରୁତର

ଅର୍ଗସ ବ୍ୟୁରୋ: ଜଳେଶ୍ୱର -ଚନ୍ଦନେଶ୍ୱର ରାଜ୍ୟ ରାଜପଥ 57 ନମ୍ବର ରାଜ୍ୟ ରାଜପଥ ବାଣିଦା ଛକ ନିକଟରେ ଘନ କୁହିଡ଼ି ଏବଂ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲ ପିକପଭ୍ୟାନ। ଆହତ ହୋଇଥିବା ୭ ଜଣ ଶ୍ରମିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ବାରିପଦା ଥାନା ଅଞ୍ଚଳ ରେ ୪୦ରୁ ଉର୍ଦ୍ଧ ଶ୍ରମିକ ପିକପ ଭ୍ୟାନ ଯୋଗେ ତଳିରୋଇ କାମ କରିବା ପାଇଁ ବାଲେଶ୍ବର ଜିଲ୍ଲାର କମର୍ଦ୍ଦା ଅଞ୍ଚଳକୁ ଆସିଥାନ୍ତି।


ଆଜି ମଧ୍ୟ ମୟୁରଭଞ୍ଜରୁ ୪୦ ରୁ ଉର୍ଦ୍ଧ ଶ୍ରମିକ ଏକ ଭ୍ୟାନ ଯୋଗେ କମର୍ଦ୍ଦା ଅଭିମୁଖେ ଆସୁଥିବା ବେଳେ ଜଳେଶ୍ୱର- ଚନ୍ଦନେଶ୍ୱର 57 ନମ୍ବର ରାଜ୍ୟ ରାଜପଥ ବାଣୀଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। 7 ଜଣ ଗୁରୁତର ଆହତ ହୋଇ ଜଳେଶ୍ୱର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Overturned worker load pickup: 7 severe | Argus News