ଟିଟିଲାଗଡ଼ ମେଡିକାଲରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ

ଜଗତସିଂହପୁର ରଘୁନାଥପୁର ନୂଆଦାରେ ଅଘଟଣ। ଗ୍ୟାସ ସିଲିଣ୍ଡର୍ ଫାଟି ଜଳିଗଲା ୫ ବଖରା ଘର। ୪ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି। ସେପଟେ ଟିଟିଲାଗଡ଼ ମେଡିକାଲରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ। ଜଣେ ମହିଳା ପୋଡି ହୋଇ ଗୁରୁତର ।
ଟିଟିଲାଗଡ଼ ମେଡିକାଲରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ । ପ୍ରସୂତିଙ୍କୁ ଆମ୍ବୁଲାନ୍ସରେ ନେବା ବେଳେ ବିସ୍ପୋରଣ । ଅଳ୍ପକେ ବର୍ତ୍ତିଲେ ପ୍ରସୂତି ଓ ଦୁଇ ଯାଆଁଳା ଶିଶୁ । ବିସ୍ଫୋରଣରେ ଜଣେ ମହିଳା ପୋଡି ହୋଇ ଗୁରୁତର । ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକ ଆହତ ହୋଇଥିବା ସୂଚନା । ଗୁରୁତର ମହିଳା ଜଣକ ହେଲେ ଦୂତିଆ ଭୋଇ ।
ତେବେ ମୁରିବାହାଲ ଥାନା ଚିକନିବାହାଲି ଗାଁର ଋଷଭ ଜାନିଙ୍କ ପତ୍ନୀ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କର ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ଶିଶୁ ଦୁର୍ବଳ ଥିବାରୁ ଡାକ୍ତର ବଲାଙ୍ଗିରକୁ ରେଫର କରିଥିଲେ । ପ୍ରସୂତିଙ୍କୁ ବଲାଙ୍ଗିର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ବିସ୍ଫୋରଣ ହୋଇଥିଲା । ଫଳରେ ଆମ୍ବୁଲାନ୍ସରେ ବସିଥିବା ଜଣେ ମହିଳାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା ।