Breaking News / ପୋଲିସ ସ୍କାନରରେ ଅଛି OYO ରୁମ, ନିୟମିତ ଚଢାଉ କରାଯାଉଛି : ମୁଖ୍ୟମନ୍ତ୍ରୀ
·3 months ago·2 min read

Key Points
OYO ରୁମ ଯାଉଥିଲେ ସାବଧାନ
ପୋଲିସ ସ୍କାନରରେ ଅଛି OYO ରୁମ
OYO ହୋଟେଲଗୁଡ଼ିକରେ ନିୟମିତ ଚଢାଉ କରାଯାଉଛି
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ୍ତ ଉତ୍ତର

ଭୁବନେଶ୍ବର ୨୩/୦୩ OYO ରୁମ ଯାଉଛନ୍ତି କି? ସାବଧାନ! ସେକ୍ସ ରାକେଟ ସନ୍ଦେହରେ ପୋଲିସ ସ୍କାନରରେ ଅଛି OYO ରୁମ। ଜୁଲାଇ ୨୦୨୪ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ ସମ୍ୱନ୍ଧିତ କାର୍ଯ୍ୟକଳାପକୁ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି। ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି। ସେକ୍ସ ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କ ଗିରଫ କରାଯାଇଛି। ଭୁବନେଶ୍ୱର ଲକ୍ଷ୍ମୀସାଗରର ଏକ ଘରେ ରେଡ କରାଯାଇ ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା। ଏହି ସଂକ୍ରାନ୍ତରେ 3 ଦଲାଲ ଓ 4 ଜଣ ଗ୍ରାହକ ଗିରଫ ହୋଇଥିଲେ. ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରୁ ରେଡ କରାଯାଇ 2 ଦଲାଲ ଓ 4 ଗ୍ରାହକଙ୍କୁ ଗିରଫ କରାଯାଇଥିବା ନେଇ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଜଧାନୀରରେ ସେକ୍ସ ରାକେଟର ନୁଆଁ ଟ୍ରେଣ୍ଡ.। ଚାକିରୀ ନାଁରେ ହେଉଛି ଦେହ ବ୍ୟବସାୟ। ଚାକିରିଦେବାକୁ କହି ଯୁବତୀଙ୍କୁ ଭୁବନେଶ୍ୱରକୁ ଡାକୁଛନ୍ତି ଦଲାଲ। ଆଉ ଇଣ୍ଟରଭ୍ୟୁ ନାଁରେ ହୋଟେଲରେ ରଖି କରୁଛନ୍ତି ଡିଲ। ଭୁବନେଶ୍ବର ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରୁ ପୁଣି ଜଣେ ନାବାଳିକା ଉଦ୍ଧାର ହୋଇଥିଲା। ଚାକିରୀ ଦେବାକୁ କହି ନାବାଳିକାଙ୍କୁ ଭୁବନେଶ୍ୱର ଡାକିଥିଲା ଦଲାଲ। ନାବାଳିକା ଙ୍କୁ ଏକ ହୋଟେଲକୁ ଡାକି ଦେହ ବ୍ୟବସାୟ ରେ ନିୟୋଜିତ କରିବାକୁ ଯୋଜନା କରିଥିଲା ଦଲାଲ। ଜଣେ ଗ୍ରାହକ ବି ହୋଟେଲ ରୁମ କୁ ଆସି ନାବାଳିକା ଙ୍କୁ ଅସଦାଚରଣ କରିଥିଲା। ନାବାଳିକା ଜଣଙ୍କ ନିଜର ସାଙ୍ଗକୁ ଜଣାଇବା ପରେ ପୋଲିସ ହୋଟେଲ ରେ ଅତର୍କିତ ଚଢ଼ାଉ କରି ନାବାଳିକା ଙ୍କୁ ଉଦ୍ଧାର କରିଥିଲା।
କିଛିଦିନ ତଳେ ରାଜଧାନୀ ଭୁବନେଶ୍ବରରୁ ଆସିଥିଲା ଏକ ଚାଞ୍ଚଲ୍ୟକର ଖବର। ଓୟୋ ହୋଟେଲରୁ ମିଳିଥିଲା ଯୁବକଙ୍କ ମୃତଦେହ। ଯୁବକ ଜଣକ ଓୟୋ ହୋଟେଲରେ ପ୍ରେମିକାଙ୍କ ସାଥୀରେ ଥିଲେ କିନ୍ତୁ ସକାଳୁ ଯୁବକଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ବିବୁନା ପ୍ରଧାନ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ସେକ୍ସ ରାକେଟ ଠାବ l ଖଣ୍ଡଗିରି ଥାନା ଅଂଚଳରେ ଥିବା ସମବାୟ ନଗରର ଏକ ଭଡ଼ାଘରୁ 4 ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା ଖଣ୍ଡଗିରି ଥାନା ପୋଲିସ l ଘଟଣାସ୍ଥଳରୁ ରାଣୀମହୁମାଛି ଫେରାର ହୋଇ ଯାଇଥିଲା।
ରାଜଧାନୀ ଭୁବନେଶ୍ବରରେ ବଢିଚାଲିଛି ସେକ୍ସ ରାକେଟ। ଓୟୋ ହୋଟେଲ ଏହାର କେନ୍ଦ୍ରସ୍ଥଳି ପାଲଟିଛି।
ଏଥିସହ ପଢ଼ନ୍ତୁ: ଗାର୍ଲଫ୍ରେଣ୍ଡ ସହ OYOକୁ ଆସିଥିଲେ...ଖାଇପିଇ ଶୋଇଲେ..ସକାଳୁ ପ୍ରେମିକ ସଫା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories