Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Breaking / ପବିତ୍ର ମୋହନ ମେଡିକାଲ କଲେଜର ବଢିଲା ଆଉ ୧୦୦ଟି ସିଟ୍

Rashmita Mishra
Browse all articles by Rashmita Mishra
·10 months ago·2 min read
ପବିତ୍ର ମୋହନ ମେଡିକାଲ କଲେଜର ବଢିଲା ଆଉ ୧୦୦ଟି ସିଟ୍

Key Points

ପ୍ରଧାନମନ୍ତ୍ରୀଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାରେ ସ୍ବାସ୍ଥ୍ୟ ଅଭିବୃଦ୍ଧିକୁ ଗୁରୁତ୍ବ

ଚଳିତବର୍ଷରୁ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜର ୧୦୦ଟି ସିଟରେ ଆରମ୍ଭ ହେବ ନାମଲେଖା

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ସ୍ବାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ହାସଲ ହେଲା ଆଉ ଏକ ମାଇଲଖୁଣ୍ଟ

ଅନୁଗୋଳ ଜିଲ୍ଲାର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସରକାରୀ ମେଡିକାଲ କଲେଜରେ ମଧ୍ୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଛି। ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।

ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ। ଏହି ସୁବିଧା ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ପରିବର୍ତ୍ତନ କରିବା ସହ ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ଉପଲବ୍ଧ କରାଇବ, ଯାହା ଡବଲ-ଇଞ୍ଜିନ ସରକାରର ପ୍ରତିବଦ୍ଧତାର ଜ୍ୱଳନ୍ତ ପ୍ରତିଫଳନ। ଏହି ତାଲଚେର ମେଡିକାଲ କଲେଜ ଖୋଲିବା ପଛରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଉଦ୍ୟମ ଥିଲା। ଲଗାତାର ଭାବେ ପ୍ରୟାସ ଜାରି ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଓ କନ୍ଧମାଳ ଫୁଲବାଣୀ ସରକାରୀ ମେଡିକାଲରେ ୧୦୦ ଲେଖାଏଁ ସିଟରେ ନାମ ଲେଖା ପାଇଁ ଅନୁମୋଦନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୁଗାନ୍ତକାରୀ ପଦକ୍ଷେପ ମେଡିକାଲ ଶିକ୍ଷାର ନୂଆ ସୁଯୋଗ ସୃଷ୍ଟି କରିବା ସହ ଅନୁଗୁଳ, କନ୍ଧମାଳ ଜିଲ୍ଲା ସହ ସାରା ଓଡିଶାରେ ଲୋକମାନଙ୍କୁ ସହଜରେ ଉନ୍ନତମାନର ଚିକିତ୍ସା ସୁବିଧା ମିଳିପାରିବ ।

ସେହିପରି ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଅନୁମତି ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସୋସିଆଲ ମିଡିଆ ଏକ୍ସରେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ ଶିକ୍ଷାର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାରେ ସ୍ୱାସ୍ଥ୍ୟ ଅଭିବୃଦ୍ଧି ସହ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ଏହି ଯୁଗାନ୍ତକାରୀ ପଦକ୍ଷେପ ଅନୁଗୋଳ ଜିଲ୍ଲା ସମେତ କନ୍ଧମାଳ ଭଳି ଜନଜାତି ବହୁଳ ଅଞ୍ଚଳରେ ନାଗରିକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବ ବୋଲି ଧର୍ମେନ୍ଦ୍ର ପୋଷ୍ଟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Breaking | Pabitra Mohan Medical College Gets 100 More MBBS Seats | Argus News | Argus News