Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦିନକ ପରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା

Odisha

ଦିନକ ପରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା

Smruti Parija
Browse all articles by Smruti Parija
·1 year ago·2 min read
ଦିନକ ପରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା

Key Points

- ଦିନକ ପରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା
- ୨୦୦ ଟି ବୃହତ ମଣ୍ଡିରେ କରାଯାଇଛି ଅତ୍ୟାଧୁନିକ ବ୍ୟବସ୍ଥା
- ସବୁ ମଣ୍ଡିରେ ଚାଷୀଙ୍କ ପାଇଁ ଖାଇବା ପିଇବା ସହ ଶୌଚାଳୟର ବ୍ୟବସ୍ଥା
- ମନଇଛା କଟନୀ ଛଟନୀ ହେବନି ବୋଲି କହିଲେ ଉପ ମୁଖ୍ୟମନ୍ତ୍ରୀ

- କେଜିଏ ବି ଧାନ କାହାକୁ ଦିଅନ୍ତୁ ନାହିଁ ବୋଲି ଚାଷୀଙ୍କୁ ଅପିଲ କଲେ ସମବାୟ ମନ୍ତ୍ରୀ
- କହିଲେ  3100 ଟଙ୍କାରେ ସବୁ ଧାନ କିଣିବେ ରାଜ୍ୟ ସରକାର
- ବାହାର ବେପାରୀଙ୍କ ଉପରେ ସରକାରଙ୍କ ରହିଛି କଡା ନଜର
- ଯିଏ ଗାଁ ଭିତରେ ହାବୁଡ଼େ ପଡ଼ିବ ତାକୁ ଧରାଯାଇ କଠୋର ଦଣ୍ଡ ଦିଆଯିବ

ଅର୍ଗସ ବ୍ୟୁରୋ: ଦିନକ ପରେ ଅର୍ଥାତ ୨୦ ତାରିଖରୁ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ସେହିପରି ୨୨ ତାରିଖରୁ ସମ୍ବଲପୁରରୁ ମଧ୍ୟ ଆରମ୍ଭ ହେଉଛି ଧାନ କିଣା । ସେଥିପାଇଁ ସବୁ ମଣ୍ଡି ଗୁଡିକୁ ସରକାର ପ୍ରସ୍ତୁତ କରି ରଖିଛନ୍ତି । ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଚାଷୀ ଙ୍କ ଉତ୍ସାହ ବେଶ ବଢିଛି । ତେଣୁ ମଣ୍ଡିରେ ଚାଷୀ ଙ୍କ ଯେମିତି କୌଣସି ଅସୁବିଧା ନ ହୁଏ ସେମିତି ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଉପମୁଖ୍ୟମନ୍ତ୍ରୀ କେ ଭି ସିଂ ଦେଓ କହିଛନ୍ତି କଟନୀ ଛଟନୀକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବେ । ପ୍ରତ୍ୟେକ ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ବଚ୍ଛ ଭାବେ କରାଯିବ । ଏଥି ନିମନ୍ତେ ମଣ୍ଡିରେ ନୋଡ଼ାଲ ଅଫିସର, ସୁପରଭାଇଜର ନିଯୁକ୍ତ କରାଯାଇଛି । 

ମଣ୍ଡିରେ ସବୁ ବ୍ୟବସ୍ଥା ହୋଇଥିବା ବେଳେ କେଜିଏ ବି ଧାନ କାହାକୁ ଦିଅନ୍ତୁ ନାହିଁ ବୋଲି ଚାଷୀଙ୍କୁ ଅପିଲ କରିଛନ୍ତି ସମବାୟ ମନ୍ତ୍ରୀ । କହିଛନ୍ତି ବାହାର ବେପାରୀଙ୍କ ଉପରେ ସରକାରଙ୍କ କଡା ନଜର ରହିଛି । ଯିଏ ଗାଁ ଭିତରେ ହାବୁଡ଼େ ପଡ଼ିବ ତାକୁ ଧରାଯାଇ କଠୋର ଦଣ୍ଡ ଦିଆଯିବ । ସେଥିପାଇଁ ସମସ୍ତ ବିଧାୟକ ସ୍ଥାନୀୟ ନେତୃବୃନ୍ଦ ମାନଙ୍କୁ ମଧ୍ୟ ଦାୟିତ୍ବ ଦିଆଯାଇଛି । ମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି, ପ୍ୟାଡି କ୍ଲିନର, ଗ୍ରେନ ଆନାଲାଇଜର,ତାରପୋଲୀନ ବ୍ୟବସ୍ଥା ହୋଇଛି । ଚାଷୀ ମାନେ ମଣ୍ଡି ଙ୍କୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣି ର ବ୍ୟବସ୍ଥା କରାଯାଇଛି । 

ଏପଟେ ଏଥର ଆଗରୁ ମଣ୍ଡି ଖୋଲୁ ଥିବାରୁ ଚାଷୀ ଖୁସ.. ଅମଳରେ ବ୍ୟସ୍ତ  ପାଇକମାଳର ପୁରେନା ଗାଁର ଚାଷୀ..ପାଇକମାଳରେ ପାଖାପାଖି 60 ପ୍ରତିଶତ ଚାଷୀ ଅମଳ କଲେଣି.. ଅଧିକାଂଶ ଚାଷୀଙ୍କ ଟୋକନ ଆସିଗଲାଣି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଡ଼ିସେମ୍ବର ମାସ ୭ ତାରିଖ ସୁଦ୍ଧା ମଣ୍ଡିରେ ଧାନ ଦେଇଥିବା ସମସ୍ତ ଚାଷୀ ଏକାଥରକେ କୁଇଣ୍ଟାଲ ପିଛା ୮୦୦ ଟଙ୍କା ପାଇବେ । ଏହି ବଣ୍ଟନ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆସନ୍ତା ୮ ତାରିଖରେ ବରଗଡ଼ ଜିଲ୍ଲାର ସୋହେଲାରୁ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର ।

Sponsored
paddy procurement process will begin in a day | Argus News