Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ

Odisha

ଆଜିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ

Smruti Parija
Browse all articles by Smruti Parija
·1 year ago·1 min read
ଆଜିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ

ଅର୍ଗସ ବ୍ୟୁରୋ: ଆଜିଠୁ ଆରମ୍ଭ ହେବ ଧାନକିଣାର ମହାପର୍ବ । କ୍ବିଣ୍ଟାଲ ପିଛା ମିଳିବ 3100 ମୂଲ୍ୟ । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବ । ଗତକାଲି ବିଭିନ୍ନ ମଣ୍ଡିକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଖୋଦ ଜିଲ୍ଲାପାଳ ।  ଆନୁସଙ୍ଗିକ ବ୍ୟବସ୍ଥା ସହ ନୋ ମିଡିଲ୍ ମ୍ୟାନ ପଲିସିରେ କେମିତି ଚାଷୀ ଧାନ ବିକ୍ରି କରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ଓ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କ ସହ କରିଥିଲେ ଆଲୋଚନା ।  

ଖୋଦ ଖାଦ୍ୟଯୋଗାଣ ମନ୍ତ୍ରୀ ବରଗଡ଼ ଜିଲ୍ଲାରେ ମଣ୍ଡି ଖୋଲିବା ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କରିଥିଲେ। ଆଜି ମଣ୍ଡି ଖୋଲିବା ପରେ ନିଜେ ବିଭିନ୍ନ ମଣ୍ଡିକୁ ଯାଇ ଧାନ କିଣା ବ୍ୟବସ୍ଥାର ସମୀକ୍ଷା ମଧ୍ୟ କରିବେ। କେବଳ ବରଗଡ଼ ଜିଲ୍ଲାରେ 1 ଲକ୍ଷ 55 ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଥିବା ବେଳେ 229ଟି ପ୍ପ୍ୟାଡି ପ୍ରୋକ୍ୟୁରମେଣ୍ଟ ସେଣ୍ଟରରେ କିଣାଯିବ ଧାନ। ସମବାୟ ସଂସ୍ଥା କିମ୍ବା କେନ୍ଦ୍ରୀୟ ସଂସ୍ଥା ସିଧାସଳଖ ଚାଷୀଙ୍କଠାରୁ ଧାନ କିଣିବେ। 4-5ଟି ମଣ୍ଡି ପାଇଁ ଜଣେ ଜଣେ ସୁପରଭାଇଜରଙ୍କୁ ଦାୟିତ୍ବ ଦିଆଯାଇଛି। 

ମଣ୍ଡିରେ ଶୌଚାଳୟ ଠାରୁ ପାନୀୟ ଜଳ ପର୍ଯ୍ୟନ୍ତ ସମସ୍ତ ସୁବିଧା କରାଯାଇଛି । ପ୍ରତିବର୍ଷ ଟୋକନକୁ ନେଇ ସମସ୍ୟା ଦେଖାଦେଉଥିବା ବେଳେ ଏଥର ଟୋକନର ସମୟସୀମା ବୃଦ୍ଧି କରିପାରିବେ ଖୋଦ ଜିଲ୍ଲାପାଳ । 24 ବର୍ଷର ଅବହେଳା ଆଉ ଯନ୍ତ୍ରଣା ପରେ ଚାଷୀଯୁଗର ଆରମ୍ଭ ହେବାକୁ ଯାଉଛି। ଯାହାକୁ ନେଇ ଚାଷୀଙ୍କ ମନରେ ବେଶ ଉତ୍ସାହ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
paddy-procurement-starts-from-today | Argus News