ପାଣ୍ଡିଆନ ମନା କରିଦେଇଥିଲେ, ଚାଷୀଙ୍କ କଥା ବୁଝିଲା ବିଜେପି

Key Points
- ଚାଷୀଙ୍କୁ ଠକିଦେଇଥିଲା ବିଜେଡି
- ବିଜେପି ଯୋଜନା, ଚାଷୀ ଖୁସି
- ଏଣିକି ଧାନ କ୍ଵିଣ୍ଟାଲ ୩୧ ଶହ ଟଙ୍କା
ଅର୍ଗସ ବ୍ୟୁରୋ: ଚାଷୀଙ୍କଠୁ ଭୋଟ୍ ନେବା ପାଇଁ କାଳିଆ, ବଳିଆ ନାଁରେ କେତେ କଣ ଯୋଜନା କରିଥିଲା ବିଜେଡି ସରକାର । ହେଲେ ସେହି ଯୋଜନା କେବଳ ନାଁକୁ ମାତ୍ର । ପ୍ରକୃତରେ ଯୋଜନାର ଲାଭ ପାଇପାରୁନଥିଲେ ଚାଷୀ । ବରଂ ଚାଷୀଙ୍କୁ ଶୋଷଣ କରୁଥିଲା ବିଜେଡି ସରକାର । ସେଇଥି ଲାଗି ତ ଅମଳ ପରେ ବି ମିଲ୍ରେ କଟନୀ ଛଟନୀ ନାଁରେ ଚାଷୀ ମରଣାନୀତି କରିଥିଲା ବିଜେଡି ସରକାର । ହେଲେ ଏବେ ସରକାର ବଦଳିଛି, ବିଜେପି ସରକାର କରିଛି । ତେଣୁ ଚାଷୀଙ୍କ କେମିତି ଉନ୍ନତି ହେବ ସେହି କଥା ଚିନ୍ତା କରୁଛି ବିଜେପି ।
ଧାନ କିଣାକୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ବଡ଼ ଘୋଷଣା। ସୋହେଲାରୁ ଧାନ କିଣା ଆରମ୍ଭ କରିବେ ବିଜେପି ସରକାର । ୩୧ ସହ ଟଙ୍କାରେ ଚାଷୀଙ୍କଠୁ ସରକାର କିଣିବେ ଧାନ । ଧାନର ଏମଏସପି ଉପରେ ୮୦୦ ଟଙ୍କାର ବୋନସ ବି ମିଳିବ । ୩୧ ଶହ ଟଙ୍କା ଏବଂ ୮ ସହ ଟଙ୍କା ବୋନସ ଏକା ସାଙ୍ଗରେ ଡିବି଼ଟି ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ କ୍ରେଡିଟ୍ ହେବ । କଥା ହେଲା ଯେଉଁ ସୋହେଲାରେ ପୂର୍ବ ସରକାର ଚାଷୀଙ୍କୁ ୧୦୦ ଟଙ୍କାର ବୋନସ ଦେବ ବୋଲି କହି ଠକିଦେଇଥିଲା ସେଇଠି ଯେତେବେଳେ ୩୧ ଶହ ଟଙ୍କାରେ ଧାନ କିଣିବେ ବିଜେପି ସରକାର ଏବଂ ତାହା ସହ ୮୦୦ ଟଙ୍କା ବୋନସ ଦେବେ କହିବା ପରେ ଏବେ ଚାଷୀ ବି ଖୁସ୍ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୨୦୨୪ ମହାଲଢେଇରେ ବିଜେପି ଘୋଷଣା କରିଥିଲା , ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେ ଧାନର ଏମଏସପି ୩୧ ଶହ ଟଙ୍କା ହେବ । ଅର୍ଥାତ ୩୧୦୦ ଟଙ୍କାରେ ଧାନ କିଣିବେ ସରକାର । କିନ୍ତୁ ସେତେବେଳର ବିଜେଡିର ନେତା ଭି.କେ ପାଣ୍ଡିଆନ କହିଥିଲେ ଯଦି ଚାଷୀଙ୍କଠାରୁ ସରକାର ୩୧ ଶହ ଟଙ୍କାରେ ଧାନ କିଣିବେ ତେବେ ଓଡିଶା ୨୪ ବର୍ଷ ତଳକୁ ପଳେଇବ । କିନ୍ତୁ ଏବେ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଚର୍ଚ୍ଚା ଜୋର ।
କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର, ଦୁନିଆକୁ ଯୋଗାଏ ସିଏ ପରା ଆହାର । ହେଲେ ବିଜେଡି ସରକାରରେ ସବୁଠୁ ଅଧିକ ହଇରାଣ ହେଉଥିଲେ ଚାଷୀ । କିନ୍ତୁ ଏବେ ସରକାର ବଦଳିବା ପରେ ଚାଷୀଙ୍କ ମୁହଁରେ ଫୁଟିଛି ହସ ।