Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦ୍ନ ପୁରସ୍କାର ବିଜେତାଙ୍କୁ ମାସିକ ମିଳିବ 30 ହଜାର

Smruti Parija
Browse all articles by Smruti Parija
·1 year ago·1 min read
ପଦ୍ନ ପୁରସ୍କାର ବିଜେତାଙ୍କୁ ମାସିକ ମିଳିବ 30 ହଜାର

Key Points

ପଦ୍ମ ପୁରସ୍କାର ପାଇଁ ଅଧିସୂଚନା ଜାରି । ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ମାସିକ 30 ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ୱର: ପଦ୍ମ ପୁରସ୍କାର ପାଇଁ ଅଧିସୂଚନା ଜାରି । ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କ ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ମାସିକ 30 ହଜାର ଟଙ୍କାର ସମ୍ମାନ ସୂଚକ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ଏହି ସହାୟତା ରାଶି ଚଳିତ ମାସରୁ ପ୍ରଦାନ କରାଯିବ । ଭାରତ ରତ୍ନ ପରେ ପଦ୍ମ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ । 1954 ମସିହାରୁ ପଦ୍ମ ସମ୍ମାନ ପ୍ରଦାନ ଆରମ୍ଭ ହୋଇଥିଲା । କଳା, ସାହିତ୍ୟ, ବିଜ୍ଞାନ, କ୍ରୀଡ଼ା, ସାମାଜିକ କାର୍ଯ୍ୟ, ଜନସେବା, ଔଷଧ ଓ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Padma award winner will get 30 thousand per month | Argus News