Dharmendra Pradhan / ପ୍ରଖ୍ୟାତ ନ୍ୟୁରୋସର୍ଜନ୍ ତଥା ପଦ୍ମଶ୍ରୀ ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସାଂସଦଙ୍କ ଶୋକ
·1 hour ago·2 min read

Key Points
ପଦ୍ମଶ୍ରୀ ସମ୍ମାନିତ ବିଶିଷ୍ଟ ନ୍ୟୁରୋସର୍ଜନ୍ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ
ଦିଲ୍ଲୀ AIIMSରେ ଶେଷ ନିଃଶ୍ୱାସ ତ୍ୟାଗ, ବିୟୋଗରେ ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ
ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ପଦ୍ମଶ୍ରୀ ସମ୍ମାନିତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଡା. ଅଶୋକ କୁମାର ମହାପାତ୍ର ଦେଶର ଜଣେ ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ଦେଶ-ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ଦୀର୍ଘଦିନର ଡାକ୍ତରୀ ସେବା ଗରିବ ଲୋକଙ୍କ ପାଇଁ ସମର୍ପିତ ଥିଲା । ଦିଲ୍ଲୀ ଏମ୍ସ ଏବଂ ଭୁବନେଶ୍ୱର ଏମ୍ସ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ତାଙ୍କର ଅବଦାନ ଅତୁଳନୀୟ। ସେ ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ସୁଦକ୍ଷ ଚିକିତ୍ସକଙ୍କୁ ହରାଇଲା।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଡା. ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।
ସୂଚନା ଥାଉ କି ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀସ୍ଥିତ AIIMSରେ ଡାକ୍ତର ଅଶୋକ ମହାପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଡାକ୍ତରୀ ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ ମହାପାତ୍ର । ୧୯୭୫ରେ ବ୍ରହ୍ମପୁରର MKCG ମେଡିକାଲ କଲେଜରୁ MBBS ଶେଷ କରିବା ପରେ ନୂଆଦିଲ୍ଲୀ AIIMSରୁ MS ଓ ନ୍ୟୁରୋସର୍ଜରୀରେ MCh ଡିଗ୍ରୀ ହାସଲ କରିଥିଲେ । ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ସେ AIIMS ଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗରେ ଅଧ୍ୟାପକ ଭାବେ କାମ କରିଥିଲେ । ୧୯୯୬ରେ ପ୍ରଫେସର ଏବଂ ୨୦୦୪ରେ ସିନିୟର ପ୍ରଫେସର ହୋଇଥିଲେ ।
ଚିକିତ୍ସା କ୍ଷେତ୍ରରେ ବଡ଼ ଅବଦାନ
ଡାକ୍ତର ମହାପାତ୍ର ନିଜ କର୍ମ ଜୀବନରେ ଅନେକ ବଡ଼ ଦାୟିତ୍ୱ ତୁଲାଇଥିଲେ । ୨୦୦୬ରେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (SGPGI)ର ନିର୍ଦ୍ଦେଶକ ହୋଇଥିଲେ । ପରେ ୨୦୧୨ରେ ଭୁବନେଶ୍ୱର AIIMSର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ । ଏହା ସହିତ ସେ ଭୁବନେଶ୍ୱରର SOA ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାମ କରିଥିଲେ ।
ଦେଶର ବିଶିଷ୍ଟ ନ୍ୟୁରୋସର୍ଜନ୍ ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଦେଶର ଜଣେ ପ୍ରଖ୍ୟାତ ସ୍ନାୟୁଶଲ୍ୟ ବିଶେଷଜ୍ଞ ଭାବେ ସେ ଦେଶ-ବିଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ଦୀର୍ଘଦିନର ଡାକ୍ତରୀ ସେବା ଗରିବ ଲୋକଙ୍କ ପାଇଁ ସମର୍ପିତ ଥିଲା। ଦିଲ୍ଲୀ ଏମ୍ସ ଏବଂ ଭୁବନେଶ୍ୱର ଏମ୍ସ ଭଳି ପ୍ରତିଷ୍ଠିତ ଅନୁଷ୍ଠାନରେ ତାଙ୍କର ଅବଦାନ ଅତୁଳନୀୟ । ସେ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ତାଙ୍କର ବିୟୋଗରେ ଓଡ଼ିଶା ଜଣେ ସୁଦକ୍ଷ ଚିକିତ୍ସକଙ୍କୁ ହରାଇଲା । ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି
— Dharmendra Pradhan (@dpradhanbjp) November 2, 2026
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଡା. ମହାପାତ୍ରଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ସମବେଦନା ଜଣାଇଛନ୍ତି।
ସୂଚନା ଥାଉ କି ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀସ୍ଥିତ AIIMSରେ ଡାକ୍ତର ଅଶୋକ ମହାପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଡାକ୍ତରୀ ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ ମହାପାତ୍ର । ୧୯୭୫ରେ ବ୍ରହ୍ମପୁରର MKCG ମେଡିକାଲ କଲେଜରୁ MBBS ଶେଷ କରିବା ପରେ ନୂଆଦିଲ୍ଲୀ AIIMSରୁ MS ଓ ନ୍ୟୁରୋସର୍ଜରୀରେ MCh ଡିଗ୍ରୀ ହାସଲ କରିଥିଲେ । ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ସେ AIIMS ଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗରେ ଅଧ୍ୟାପକ ଭାବେ କାମ କରିଥିଲେ । ୧୯୯୬ରେ ପ୍ରଫେସର ଏବଂ ୨୦୦୪ରେ ସିନିୟର ପ୍ରଫେସର ହୋଇଥିଲେ ।
ଚିକିତ୍ସା କ୍ଷେତ୍ରରେ ବଡ଼ ଅବଦାନ
ଡାକ୍ତର ମହାପାତ୍ର ନିଜ କର୍ମ ଜୀବନରେ ଅନେକ ବଡ଼ ଦାୟିତ୍ୱ ତୁଲାଇଥିଲେ । ୨୦୦୬ରେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (SGPGI)ର ନିର୍ଦ୍ଦେଶକ ହୋଇଥିଲେ । ପରେ ୨୦୧୨ରେ ଭୁବନେଶ୍ୱର AIIMSର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ । ଏହା ସହିତ ସେ ଭୁବନେଶ୍ୱରର SOA ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାମ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories