Videos
|
Odisha

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ

Smruti Parija
Browse all articles by Smruti Parija
·2 years ago·1 min read
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଦ୍ମଶ୍ରୀ କମଳା ପୂଜାରୀଙ୍କ  ଶେଷକୃତ୍ୟ ସମ୍ପନ୍ନ

କୋରାପୁଟ: ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜନ୍ମମାଟି ପାତ୍ରପୁଟ ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ମୁଖାଗ୍ନି ଦେଇଛନ୍ତି ସାନ ପୁଅ ଟଙ୍କଧର ପୂଜାରୀ । ଜିଲ୍ଲାପାଳ, ଏସ୍‌ପି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ହୋଇଛି । 

ଆଜି ଭୋର ୧.୧୦ ମିନିଟରେ କଟକ SCB ମେଡିକାଲରୁ ଆମ୍ବୁଲାନ୍ସରେ ଜୟପୁର ଜିଲ୍ଲା ଡାକ୍ତରଖାନାକୁ ପହଞ୍ଚିଲା । କମଳା ପୂଜାରୀଙ୍କ ପାର୍ଥିବ ଶରୀର ପହଂଚିବା ପରେ ଜିଲ୍ଲା କଲେକ୍ଟର, ଜିଲ୍ଲା ଏସପି, ଜୟପୁର ସବ୍-କଲେକ୍ଟର, ତହସିଲଦାର, ଏସ୍ ଡି ପି ଓ, ବି,ଡି, ଓ, ସଦର ଥାନା ଅଧିକାରୀ, ଅନ୍ୟ କେତେକ ଜିଲ୍ଲା, ଉପ-ଜିଲ୍ଲା। ସମସ୍ତ ଅଧିକାରୀ ଆସି କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । 

ଆଜି ସକାଳ ୭.୩୦ ମିନିଟ୍ ରେ ଏକ ଶୋଭାଯାତ୍ରା ଯୋଗେ ତାଙ୍କର ପାର୍ଥିବ ଶରୀର ତାଙ୍କ ଗ୍ରାମ ପାତ୍ରପୁଟରେ ପହଞ୍ଚିଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯିବାପରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
padmashree-kamala-pujari-last-rites-completed-at-her-birth-place | Argus News