Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Folk Dance Guru / ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

Ritu Das
Browse all articles by Ritu Das
·4 months ago·2 min read
ଆରପାରିରେ ଲୋକନୃତ୍ୟ ଗୁରୁ ପଦ୍ମଶ୍ରୀ ଉଛବ ଚରଣ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
India

Key Points

ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି।
ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉଚ୍ଛବ ଚରଣ ଦାସଙ୍କ ପରଲୋକ ହୋଇଯାଇଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଥିବାବେଳେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚକୁ ଉଜ୍ଜୀବିତ ରଖିବାରେ ତାଙ୍କର ବିଶିଷ୍ଟ ଅବଦାନ ଥିଲା।

ଉଲ୍ଲେଖ ଥାଉ କି ଟାଙ୍ଗି ମଣିଆ ଗାଁରେ ଡ. ଦାସଙ୍କ ଜନ୍ମ। କିନ୍ତୁ ପିଲାଟି ବେଳୁ ସେ କଟକଜିଲ୍ଲା ଚୌଦ୍ବାରରେ ରହି ପାଠ ପଢୁଥିଲେ। ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ଘୋଡ଼ାନାଚ କରିବାକୁ ସଂକଳ୍ପ ନେଇଥିବା ଏହି କଳାକାର ବର୍ଷସାରା କିଭଳି ଘୋଡ଼ାନାଚ ପ୍ରଦର୍ଶିତ ହୋଇପାରିବ, ଗାଁଠାରୁ ବିଦେଶ, ଯେଭଳି ଘୋଡ଼ାନାଚ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ, ସେ ନେଇ ଅହରହ ଉଦ୍ୟମ ଜାରି ରଖିଥିଲେ। 



ମାଟ୍ରିକ୍‌ ପାସ୍‌ କରିବା ପରେ ୧୯୬୪ ମସିହାରେ ଘୋଡ଼ାନାଚ ଶିଖାଇବା ପାଇଁ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ। ସେ ସମୟରେ ଘରର ଅର୍ଥାଭାବ ଥିଲା। ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା ପରିବାର। ଏଣୁ ପାଠ ପଢ଼ିବା ସହ ପାନ ଦୋକାନ କରିଥିଲେ । କଲେଜ ସାରି ଫେରିବା ପରେ ଦିନ ୨ଟାରେ ପାନ ଦୋକାନ ଖୋଲୁଥିଲେ। ସେଥିରୁ ଯାହା ମିଳୁଥିଲା, କିଛି ଘୋଡ଼ାନାଚ ଶିଖିବାରେ ଖର୍ଚ୍ଚ କରୁଥିଲେ। ପଢ଼ାପରେ ଚାକିରିର ସୁଯୋଗ ଆସିଥିଲେ ବି ଘୋଡ଼ାନାଚ ପାଇଁ ଏହାକୁ ପାଦରେ ଆଡ଼େଇ ଦେଇଥିଲେ। ଘୋଡ଼ାନାଚ ଶିଖାଇବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ, ଯେଉଁଠି ବି ଘୋଡ଼ାନାଚ ପ୍ରଦର୍ଶନ କରିବାର ସୁଯୋଗ ମିଳୁଥିଲା, ସେଠିକୁ ଚାଲିଯାଉଥିଲେ।ସ୍ବାସ୍ଥ୍ୟ ସଚେତନତା ହେଉ କି ଅନ୍ୟାନ୍ୟ ଉପାଦେୟ କଥାବସ୍ତୁ, ସବୁବେଳେ ଘୋଡ଼ାନାଚ ଜରିଆରେ ଜନସଚେତନତା ସୃଷ୍ଟି କରିବାର ସଦିଚ୍ଛା ରଖୁଥିଲେ।

ପଦ୍ମଶ୍ରୀ ଉଛବ ଚରଣ ଦାସଙ୍କ ପରଲୋକ ଖବର ଶୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, "ଓଡ଼ିଶାର ପାରମ୍ପରିକ ଲୋକକଳା ଚଇତି ଘୋଡ଼ା ନାଚକୁ ବିଶ୍ବ ଦରବାରରେ ପହଞ୍ଚାଇଥିବା ବିଶିଷ୍ଟ କଳାକାର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।" ନିଜର ନିଖୁଣ ଅଭିନୟ ଓ ଗୀତି କବିତା ମାଧ୍ୟମରେ ଓଡ଼ିଶାର ଲୋକସଂସ୍କୃତିକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ଓଡ଼ିଆ କଳା ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଅମର ଆତ୍ମାର ସଦଗତି କାମନା କରିବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପଢନ୍ତୁ ଏହି ଖବର: ଓଡ଼ିଶା ଆସିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍, ଜଳ ବିବାଦ ସମାଧାନ ନେଇ ବଢିଲା ଆଶା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Padma Shri Uchhab Charan Das Passes Away; Dharmendra Pradhan Expresses Grief | Argus News