Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Pahalgam Terror Attack ; ୨ ବର୍ଷର ପୁଅ ପାଇଁ ବଞ୍ଚିଗଲେ ପୁରା ପରିବାର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
Pahalgam Terror Attack ; ୨ ବର୍ଷର ପୁଅ ପାଇଁ ବଞ୍ଚିଗଲେ ପୁରା ପରିବାର

ସମସ୍ତଙ୍କ ଭଳି ତାଙ୍କର ବି ସେଦିନ ପହଲଗାମ୍‌ ପହଞ୍ଚିବାର ସମୟ ଥିଲା ୧୨ଟା । ଠିକ ସେହି ସମୟ ଯେଉଁ ସମୟରେ ଆତଙ୍କୀଙ୍କ ଗୁଳି ବର୍ଷଣର ଟଳି ପଡୁଥିଲା ଗୋଟିଏ ପରେ ଗୋଟିଏ ନୀରିହ ଜୀବନ । କିନ୍ତୁ କୁହଯାଏ ରଖେ ହରି ତ ମାରେ କିଏ । ଯାହାଙ୍କ ବଞ୍ଚିବାର ଯୋଗ ଅଛି, କେଉଁ ପଟେ ନା କେଉଁ ପଟେ ତାଙ୍କ ପାଇଁ ସୁରକ୍ଷାର ଦ୍ଵାର ଖୋଲିଯାଏ । ସେଦିନ ଠିକ ସେମିତି ପୁରା ପରିବାରକୁ ବଞ୍ଚାଇବାକୁ ଦେବଦୂତ ସାଜିଥିଲେ ତାଙ୍କ ନିଜ ୨ ବର୍ଷର ପୁଅ । ଆଉ ସେଥିପାଇଁ ଆଜି ବଞ୍ଚିଯାଇଛି ତାଙ୍କର ଅମୂଲ୍ୟ ଜୀବନ ।

ପହଲଗାମ୍ ଆତଙ୍କ । ଆତଙ୍କବାଦୀଙ୍କ ଘନ ଘନ ଗୁଳି ବର୍ଷାରେ ଟଳି ପଡୁଥିଲେ ଗୋଟିଏ ପରେ ଗୋଟିଏ ନୀରିହ ମଣିଷ । ଦୂର ଦୂର ଯାଏଁ ଶୁଭୁଥିଲା ଭୟର ଆର୍ତ୍ତଚିତ୍କାର । ନିଜ ଜୀବନ ବଞ୍ଚାଇବାକୁ ସମସ୍ତେ ଧାଉଁଥିଲେ ପାହାଡ ତଳକୁ । ଏମିତି ଘଡିସନ୍ଧି ମୁହୁର୍ତ୍ତରୁ ଯିଏ ବଞ୍ଚି ଯାଇପାରିଛି, ସେ ଭଗବାନଙ୍କୁ କୋଟି ମୁଣ୍ଡିଆ ମାରିଛି । କିଏ ୫ ଫଟ ଦୂରରୁ ବଞ୍ଚିଛି, ତ କିଏ ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଆତଙ୍କୀ ଆକ୍ରମଣରୁ ରକ୍ଷା ପାଇଛି । ଠିକ ସେମିତି ଆଉ ଏକ ପରିବାର , ଯିଏ ନିଜର ୨ ବର୍ଷର ପୁଅ ପାଇଁ ବଞ୍ଚି ଯାଇଛନ୍ତି ।
ରାଉଲକେଲା ସେକ୍ଟର ୩ରେ ରହୁଥିବା ଅସିମ ଜ୍ୟୋତି ସାହୁ ଏବଂ ପତ୍ନୀ ସୁନୀତା ସାହୁ ତାଙ୍କର ୨ ବର୍ଷର ପୁଅ ଆକାୟ ସହ ଜାମ୍ମୁକାଶ୍ମୀର ବୁଲିବାକୁ ଯାଇଥିଲେ । ୨୦ ତାରିଖରେ ରାଉରକେଲାରୁ ଯାଇଥିଲେ ଜାମ୍ମୁ ପହଲଗାମ । ୨୨ ତାରିଖ ସକାଳ ୯ ଟାରେ ବୁଲିବାକୁ ବାହାରିଥାନ୍ତେ । କିନ୍ତୁ ପୁଅ କାନ୍ଦିବାରୁ ୨ ଘଣ୍ଟାର ବିଳମ୍ବ ହୋଇ ଯାଇଥିଲା ।

ଯଦି ନିଜର ପ୍ଲାନ ମୁତାବକ ସେମାନେ ସେହି ସ୍ଥାନରେ ଆଗରୁ ପହଞ୍ଚି ଯାଇଥାନ୍ତେ, ହୁଏତ ଏହି ଆତଙ୍କୀ ଗୁଳିର ସାମ୍ନା କରିବାକୁ ପଡିଥାନ୍ତା । କିନ୍ତୁ ପୁଅ କାନ୍ଦି ବ୍ୟସ୍ତ ହେବାରୁ ସେମାନେ ବିଳମ୍ବରେ ବାହାରିଥିଲେ । ସେହି ସମୟରେ ସେମାନେ ହୁଏତ ବିଳମ୍ବ ପାଇଁ ବ୍ୟସ୍ତ ହୋଇ ଥାଇ ପାରନ୍ତି, କିନ୍ତୁ ପରେ ନିଜ ପୁଅ ଯୋଗୁଁ ହିଁ ନିଜର ଜୀବନ ବଞ୍ଚିଯିବାରୁ ସେମାନେ ନିଜ ପୁଅ ପାଇଁ ଖୁସି ଥିବା ସହ ଧନ୍ୟବାଦ ଜଣାଇଛନ୍ତି । ସେଥିପାଇଁ କୁହାଯାଏ, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pahalgam Terror Attack; Entire family survives for 2-year-old boy | Argus News