Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜନ୍ମମାଟିରେ ପ୍ରଶାନ୍ତଙ୍କ ମରଶରୀର, ହେବ ଅନ୍ତିମ ସଂସ୍କାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜନ୍ମମାଟିରେ ପ୍ରଶାନ୍ତଙ୍କ ମରଶରୀର, ହେବ ଅନ୍ତିମ ସଂସ୍କାର

ଜନ୍ମ ମାଟିରେ ପ୍ରଶାନ୍ତଙ୍କ ମରଶରୀରର। ବାଲେଶ୍ବର ନିଶାଣୀ ଗାଁରେ ପହଞ୍ଚିଲା ପହଲଗାମରେ ମୃତ ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର। କିଛି ଘଣ୍ଟା ପରେ ହେବ ଅନ୍ତିମ ସଂସ୍କାର। ଶ୍ରଦ୍ଧାଞ୍ଜଳି ଦେବାକୁ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ ମହୋନ ମାଝୀ। ରାତିରେ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି ଓ ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ଜମ୍ମୁ-କାଶ୍ମୀର ବୁଲିବାକୁ ପରିବାର ସହ ଯାଇଥିବା ପ୍ରଶାନ୍ତଙ୍କୁ ମଙ୍ଗଳବାର ଗୁଳି ମାରି ହତ୍ୟା କରିଥିଲେ ଆତଙ୍କବାଦୀ। ଏ ଖବର ପରେ ଗାଁରେ ଶୋକାକୁଳ ପରିବେଶ। ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ଗାଁରେ ଲୋକଙ୍କ ସମାଗମ।


ଜମ୍ମୁ-କଶ୍ମୀର ବୈସାରନ ଦ୍ୱୀପ ପାହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି । କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲ୍ଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ଏ ଆକ୍ରମଣ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ ବା ଟିଆରଏଫ୍ ପକ୍ଷରୁ ହୋଇଥିବା ଦାବି କରାଯାଇଛି । ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବବେଳେ ଓଡିଶାର ଜଣେ ଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Sponsored
pahalgam-terrorist-attack-prashants-body-in-his-birthplace-news-update-today | Argus News