Pahandi Bije / ଆରମ୍ଭ ହେଲା ପହଣ୍ଡି... ଶ୍ରୀଜିଉଙ୍କ ଆଗମନକୁ ଅପେକ୍ଷା
·2 hours ago·1 min read

Key Points
ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା....
ଭକ୍ତିମୟ ଶ୍ରୀକ୍ଷେତ୍ର, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ...
ପ୍ରଥମେ ଚକ୍ରରାଜ ସୁଦର୍ଶନ....
ପରେ ବଡ଼ ଠାକୁର ବଳଭଦ୍ର ଓ ମାଆ ସୁଭଦ୍ରା....
ଶେଷରେ ଟାହିଆ ହଲାଇ ଆସିବେ କାଳିଆ ସାଆନ୍ତ.....

ଭକ୍ତିମୟ ଶ୍ରୀକ୍ଷେତ୍ର, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ଚତୁର୍ଦ୍ଦିଗ... ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ....ପରେ ବଡ଼ ଠାକୁର ବଳଭଦ୍ର ଓ ମାଆ ସୁଭଦ୍ରା । ଶେଷରେ ଟାହିଆ ହଲାଇ ଆସିବେ କାଳିଆ ସାଆନ୍ତ ।
ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି । ଶହ ଶହ ଭକ୍ତଙ୍କ ଗହଣରେ ପହଣ୍ଡି ଆରମ୍ଭ । ପବିତ୍ର ରଥଯାତ୍ରାରେ ଶ୍ରୀମନ୍ଦିରରୁ ରତ୍ନସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଆସନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହି ପହଣ୍ଡି ବିଜେ ସମୟରେ ସର୍ବପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥାଏ । ଘଣ୍ଟ, କାହାଳୀ ଓ ଶଙ୍ଖ ନାଦରେ ସମଗ୍ର ବଡ଼ଦାଣ୍ଡ ପ୍ରକମ୍ପିତ । ଦଇତାପତି ସେବାୟତମାନେ ପ୍ରଭୁଙ୍କୁ କାନ୍ଧରେ ବୋହି 'ଧାଡ଼ି ପହଣ୍ଡି'ରେ ଶ୍ରୀମନ୍ଦିରର ସାତପାହାଚ ଦେଇ ବାହାରକୁ ଆଣୁଛନ୍ତି ।
ପ୍ରଭୁ ସୁଦର୍ଶନଙ୍କୁ ଦେବୀ ସୁଭଦ୍ରାଙ୍କ 'ଦେବଦଳନ' ରଥକୁ ବିଜେ ହୋଇଛନ୍ତି । ଭକ୍ତମାନଙ୍କ 'ହରିବୋଲ' ଓ 'ହୁଳହୁଳି' ଶବ୍ଦରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରଭୁଙ୍କର ଏହି ମନୋରମ ପହଣ୍ଡି ଦେଖି ଭକ୍ତମାନେ ବିଭୋର । ସୁଦର୍ଶନଙ୍କ ପହଣ୍ଡି ପରେ କ୍ରମାନ୍ୱୟରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ଅନୁଷ୍ଠିତ ହେବ । ଏହା ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ଅନନ୍ୟ ପରମ୍ପରା ।
ରଥଯାତ୍ର ପାଇଁ ଜନସମୁଦ୍ର ପୁରୀ...ଭାବ ଓ ଭକ୍ତିରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ । ଚକାଆଖିର ପ୍ରେମରେ ବିଭୋର ମନ ଓ ଆତ୍ମା । ରଥାରୂଢ଼ କଳାଶ୍ରୀମୁଖର ଦର୍ଶନ ଅପେକ୍ଷାରେ କୋଟି କୋଟି ଭକ୍ତ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଝଲକ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ଅଦ୍ଭୁତ ଶିହରଣ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories