Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଗା ପହଣ୍ଡି ; ଟାହିଆ ହଲେଇ ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଜଗା ପହଣ୍ଡି ; ଟାହିଆ ହଲେଇ ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ

Key Points

କୋଟି କୋଟି ଭକ୍ତଙ୍କ ସମାଗମରେ ଭାବକ୍ତିରେ ଭିଜୁଛି ବଡଦାଣ୍ଡ । ଦୀର୍ଘ ୧୫ ଦିନ ଧରି କାଳିଆକୁ ଦେଖିନଥିବାରୁ ଆଜି କୋଟି କୋଟି ଭକ୍ତ ତାର ଅପୂର୍ବ ଦୁର୍ଲଭ ଦୃଶ୍ୟ ଦେଖିବାକୁ ଚାହିଁ ରହିଛନ୍ତି ।

ଝୁଲି ଝୁଲି ଆସୁଛି କାଳିଆ । ଟାହିଆ ହଲେଇ ପହଣ୍ଡି କରି ରଥକୁ ବିଜେ କରୁଛନ୍ତି କୋଟି ଓଡିଆଙ୍କ ମଉଡମଣି । ପ୍ରଥମେ ସୁଦର୍ଶନ ପରେ ବଡ ଠାକୁରଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ପରେ ପରେ ଭକ୍ତଙ୍କ କାନ୍ଧରେ ରଥକୁ ବିଜେ କରିଥିଲେ ସୁଭଦ୍ରା । ଏବେ ଆରମ୍ଭ ହୋଇଛି କାଳିଆ ସାଆନ୍ତେଙ୍କ ପହଣ୍ଡି । ଭକ୍ତଙ୍କ ଗହଣରେ ଟାହିଆ ହଲେଇ ଝୁଲି ଝୁଲି ରଜା ଭଳି ଭକ୍ତଙ୍କୁ ଦେଖି ଦେଖି ଆସୁଛି ଜଗା । କେଉଁ ଭକ୍ତଙ୍କ ଆଡକୁ ଚାହିଁ ଟିକେ ଅଟକି ଯାଉଛି, ପୁଣି କାହାକୁ ବାଙ୍କ ଚାହାଣୀରେ ଚାହୁଁଛି ।

କୋଟି କୋଟି ଭକ୍ତଙ୍କ ସମାଗମରେ ଭାବକ୍ତିରେ ଭିଜୁଛି ବଡଦାଣ୍ଡ । ଦୀର୍ଘ ୧୫ ଦିନ ଧରି କାଳିଆକୁ ଦେଖିନଥିବାରୁ ଆଜି କୋଟି କୋଟି ଭକ୍ତ ତାର ଅପୂର୍ବ ଦୁର୍ଲଭ ଦୃଶ୍ୟ ଦେଖିବାକୁ ଚାହିଁ ରହିଛନ୍ତି । ସେଥିପାଇଁ ଜାଣିଶୁଣି ବୋଧେ ଭକ୍ତଙ୍କ ପରୀକ୍ଷା ନେଉଛି ଜଗା । ବିଳମ୍ବରେ ପହଣ୍ଡି କରି ବଡଦାଣ୍ଡକୁ ଆସୁଛି ।

ସେପଟେ ତାଳଧ୍ଵଜରେ ବଳଭଦ୍ର , ଦର୍ପଦଳନରେ ମାଆ ସୁଭଦ୍ରା ରଥକୁ ବିଜେ କରି ସାରିଛନ୍ତି । ପହଣ୍ଡି ପରେ ନନ୍ଦିଘୋଷରେ ବିଜେ କରିବେ କାଳିଆ ସାଆନ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pahandi of Lord Jagannath at puri Rathayatra | Argus News