Pahili Raja / ଆଜି ପହିଲି ରଜ,କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର
·3 months ago·3 min read

Key Points
ଆଜି ପହିଲି ରଜ
କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର
ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ
ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ

ଭୁବନେଶ୍ବର, ୧୪/୦୬: ଆଜି ପହିଲି ରଜ । ମାଟି ଓ ଆକାଶର ମିଳନର ପର୍ବ । କୃଷିଭିତ୍ତିକ ଏହି ପର୍ବ ପାଇଁ ଉତ୍ସବମୁଖର ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସିଛି ରଜ ପର୍ବ । ଆଷାଢର ପ୍ରଥମ ଜଳରେ ମା’ ମାଟି ହୋଇଛି ରଜସ୍ବଳା । ଏଥିପାଇଁ ଏହିଦିନ କୃଷିକର୍ମ ନିଷେଧ କରାଯାଇଛି । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ରଜର ମହତ୍ତ୍ବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅ ଓ ବୋହୂମାକୁ ସମ୍ମାନ ଦିଆଯାଇଥାଏ । ରଜରେ ପାରମ୍ପରିକ ପିଠା ଖାଇ ଦୋଳିରେ ଝୁଲନ୍ତି କୁମାରୀ । ଗାଁ ଗାଁରେ ରଜଗୀତ ସାଙ୍ଗକୁ ରଜ ପାନରେ ମହକୁଛି ପରିବେଶ । ସଜେଇ ହୋଇ ଫୁଲ ଦୋଳିରେ ଝୁଲି ଝୁଲି ଭାଇର ମଙ୍ଗଳ ମନାସୁଛନ୍ତି ଭଉଣୀ
ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ...। ଏହି ଗୀତର ତାଳେ ତାଳେ କିଏ ଦୋଳିରେ ଝୁଲିବେ ତ କିଏ ରିଲ୍ସ କରିବେ । ଆଜି ପହିଲି ରଜ । ସେଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି।
ଝିଅ ମାନେ ହାତରେ ମେହେନ୍ଦି, ପାଦରେ ଅଳତା ଓ ମୁଣ୍ଡରେ ଟିକିଲି ପିନ୍ଧି ପରମ୍ପରା ଅନୁଯାୟୀ ପାଳନ କରିବେ ପହିଲି ରଜ। ତିନି ଦିନ ଧରି ଗାଁ ଠୁ ସହର ସବୁଠି ଜମିବ ରଜର ଆସର ଜମିଥାଏ । ରଜର ପ୍ରଥମ ଦିନକୁ ପହିଲି ରଜ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ଓ ତୃତୀୟ ଦିନକୁ ଭୂମି ଦହନ ବୋଲି କୁହାଯାଏ । ଚୁତୁର୍ଥ ଦିନରେ ବସୁମତୀ ସ୍ନାନ ପାଳନ ସହ ରଜ ଶେଷ ହୁଏ ।
ରଜରେ ଆସର ରଜଦୋଳି ଓ ପୋଡ଼ ପିଠାରେ ଅଧିକ ଜମିଥାଏ । ଘରେ ଘରେ ପୋଡ ପିଠା ଓ ରଜ ପାନ ପ୍ରସ୍ତୁତ କରାଯାଇଥାଏ । ଝିଅମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ଲଗାଇବା ସହ ନୂଆ ପୋଷାକ ପିନ୍ଧି ଗାଁ ବୁଲିଥାନ୍ତି । କଥାରେ ଅଛି ଚାଷୀ ଚାଷ କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ହସଖୁସୀରେ ରଜ ଉତ୍ସବ ପାଳନ କରାଯାଇଥାଏ । ପରେ ଚାଷୀ ଚାଷ କାମରେ ଲାଗିପଡ଼ିଥାଏ ।
ପଢନ୍ତୁ ଏହି ଖବର: ଦେଶର ଅନନ୍ୟ ମନ୍ଦିର: ଏଠାରେ ପୂଜା କରନ୍ତି କେବଳ ମହିଳାମାନେ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଋତୁସ୍ରାବ ଆଉ ରଜ - ଗୋଟିଏ ଆରକର ପ୍ରତୀକ। ଋତୁସ୍ରାବ ବା ରଜସ୍ଵଳା ଶବ୍ଦରୁ ରଜ ଶବ୍ଦର ଉତ୍ପତ୍ତି । ସାଧାରଣ ଝିଅଟିଏ ବା ମହିଳା ଟିଏ ଯେମିତି ରଜସ୍ଵଳା ହୁଏ ଠିକ୍ ସେମିତି ପୃଥିବୀକୁ ଆମେ ମା ବା ସ୍ତ୍ରୀ ଲିଙ୍ଗ ବୋଲି ବିବେଚନା କରିଥିବାରୁ ପୃଥିବୀ ମା ମଧ୍ୟ ରଜସ୍ଵଳା ହୁଏ ବୋଲି ଏକ ପରମ୍ପରା ତିଆରି ହୋଇଛି କାହିଁ କେଉଁ କାଳରୁ । ପର୍ବ ଓ ପରମ୍ପରାର ସୃଷ୍ଟି ପଛରେ ମଧ୍ୟ ରହିଛି ନାରୀକୁ ସମ୍ମାନ ଦେବାର ମହତ୍ ଉଦ୍ଦେଶ୍ୟ । ଋତୁସ୍ରାବକୁ ନେଇ ପୁରୁଷ ପ୍ରଧାନ ସମାଜ ଟିକେ ଅଲଗା ଆଖିରେ ଦେଖିଥାଏ । ଏହି ନିମ୍ନ ଧାରଣାକୁ ଦୂରୀଭୂତ କରିବା ପାଇଁ ପ୍ରାଚୀନ ସମୟରୁ ବସୁମତାଙ୍କ ରଜସ୍ଵଳା ହେବା ପରିକଳ୍ପନା କରାଯାଇ ଥାଇପାରେ । ବସୁମତୀ ମା' ରଜସ୍ଵାଳା ହେଲେ ସମଗ୍ର ମାନବ ସମାଜ ଉତ୍ସବ ପାଳନ କରେ । ବସୁମତୀ ମା'ଙ୍କୁ ସମ୍ମାନ ଜଣାଏ ।ପରୋକ୍ଷରେ ନାରୀ ପ୍ରତି ସମାୟଜରେ ସମ୍ମାନ ବଢ଼ାଇବା ପାଇଁ । ଏହା ଏକ ଯୋଜନା କହିଲେ ଭୁଲ ହେବ ନାହିଁ ।ଏବେ ଆମେ ମେ ୨୮ ତାରିଖରେ world menstrual hygiene day ପାଳନ କରୁଛୁ । ସେମିତି ଦିବସ ହେଉଛି ରଜ । ଯାହା ଆମ ସମାଜରେ କାହିଁ କେଉଁ କାଳରୁ ରହି ଆସିଛି ବୋଲି କହିଛନ୍ତି ପ୍ରସିଦ୍ଦ ଲେଖିକା ବିୟତପ୍ରଜ୍ଞା ତ୍ରିପାଠୀ।
ରଜବତୀ ହେବା ବା ଋତୁବତୀ ହେବା ସୃଷ୍ଟି ସମ୍ଭବା ହେବ ବୋଲି କୁହାଯାଇପାରେ । ରଜବତୀ ହେଲେ ଜଣେ ନାରୀ ସନ୍ତାନ ପ୍ରସବ ପାଇଁ ଯୋଗ୍ୟା ହୁଏ । ଠିକ୍ ସେମିତି ବସୁମାତା ରଜବତୀ ହେବା ପରେ ହିଁ ସୃଷ୍ଟି ସମ୍ଭବ ହୋଇଥାଏ । ଶସ୍ୟ ଉତ୍ପାଦନ ପାଇଁ ନିଜକୁ ପ୍ରସ୍ତୁତ କରିଥାଏ । ରଜବତୀ ହେଲେ ନାରୀଟିଏ ଯନ୍ତ୍ରଣା ସହେ । ଯନ୍ତ୍ରଣାରେ ଥିବା ବେଳେ ସେ ଯେମିତି କିଛି କାମ ନକରେ ସେଥିପାଇଁ ୩ ଦିନର ରଜପର୍ବ ପରିକଳ୍ପନା । ଏହି ୩ ଦିନ ଝିଅ ଓ ମହିଳା ମାନେ କିଛି କାମ କରିବେନି ବୋଲି ମଧ୍ୟ ପରମ୍ପରା ତିଆରି ହୋଇଛି । ପରୋକ୍ଷରେ ନାରୀଟିକୁ ଏହି ସମୟରେ ବିଶ୍ରାମ ଦେବା ପାଇଁ ଏକ ସନ୍ଦେଶ ମଧ୍ୟ ୩ ଦିନ ବ୍ୟାପୀ ପର୍ବରେ ରହିଛି ବୋଲି କହିଛନ୍ତି ବିଶିଷ୍ଠ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଅରୁଣା ମହାନ୍ତି।
ଏବେ ଆମେ ଆଧୁନିକତାର ଛୁଙ୍କ ଦେଇ ଆମର ମୌଳିକତାକୁ ଭୁଲିବା ନାହିଁ । ରଜରେ ସାମାଜିକ ମିଳାମିଶା ବଢାଇବାକୁ ବିଭିନ୍ନ ଖେଳ ଓ ରଜ ଦୋଳି ଆଦି ଆୟୋଜନ କରି ନୂଆ ଋତୁକୁ ସ୍ୱାଗତ କରିବା ।

Related Topics
Explore more stories