Videos
|
Odisha

ପାରାଦୀପ ବନ୍ଦରର ପାକିସ୍ତାନୀ ଜାହାଜ !

Rashmita Mishra
Browse all articles by Rashmita Mishra
·1 year ago·2 min read
ପାରାଦୀପ ବନ୍ଦରର ପାକିସ୍ତାନୀ ଜାହାଜ !

Key Points

ପାରାଦୀପ ବନ୍ଦରର SPM ବର୍ଥରେ ଲାଗିଛି ଏକ ଜାହାଜ

ଜାହାଜରେ 20ରୁ ଅଧିକ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା

ପାକିସ୍ତାନୀ କ୍ରିଉ ମେମ୍ବର ସୂଚନା ପରେ ସୁରକ୍ଷା କଡ଼ାକଡ଼ି

ଜାହାଜରେ ତେଲ ଆସିଥିବା ଜଣାପଡିଛି

ପାରାଦୀପ ବନ୍ଦରର ଏସ୍‌ପିଏମ୍‌ ବର୍ଥରେ ଲାଗିଥିବା ଏକ ଜାହାଜରେ ୨୦ରୁ ଅଧିକ ପାକିସ୍ତାନୀ କ୍ରିଉ ମେମ୍ବର ଥିବା ସୂଚନା ମିଳିଛି । ଏହାପରେ ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ସଂପୃକ୍ତ ଜାହାଜରେ ତେଲ ଆସିଥିବା ଜଣାପଡିଛି । ଏନେଇ ପାରାଦୀପ ଇମିଗ୍ରେସନ ବିଭାଗ ଅବଗତ କରିଥିବା ସୂଚନା ।

ମେରାଇନ୍ ପୋଲିସ, CISF, କଷ୍ଟମ ବିଭାଗକୁ ଅବଗତ କଲା । ପାକିସ୍ତାନୀ ମାନେ କୌଣସି ପରିସ୍ଥିତିରେ ଜାହାଜରୁ ନ ଓହ୍ଲାନ୍ତି ସେ ନେଇ ନଜର ରଖାଯାଇଛି । ଅଶୋଧିତ ତୈଳ ଆଣି ଦକ୍ଷିଣ କୋରିଆରୁ ସିଙ୍ଗାପୁର ଦେଇ ଏହି ଜାହାଜ ପାରାଦୀପକୁ ଆସିଛି । ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। କାରଣ ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି।

ଉକ୍ତ ଜାହାଜରେ ହଂକଂ ପତାକା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍‌ପିଏମ୍‌ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡିଟିଆର (ଡେଲି ଟ୍ରାଫିକ ରିପୋର୍ଟ)ରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାରାଦୀପ ବନ୍ଦର ଏସ୍‌ପିଏମ୍‌ ପୋତାଶ୍ରୟଠାରୁ ୨୦ କି.ମି. ଦୂର ସମୁଦ୍ର ମଧ୍ୟରେ ଜାହାଜ ରହିଛି। ସେଠାରେ ଭାସମାନ ବର୍ଥକୁ ଏସ୍‌ପିଏମ୍‌ ବୋଲି କୁହାଯାଏ।

ସେଠାରେ କେବଳ ବୃହତ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ପାଇପ୍‌ଲାଇନ ଯୋଗେ ଖଲାସ କରାଯାଇଥାଏ। ବୁଧବାର ଜାହାଜ ଲାଗିବା ପାଇଁ କ୍ଲିୟରାନ୍ସ ମିଳିଛି। କିନ୍ତୁ ଅପସାରଣ ଶେଷ ପର୍ଯ୍ୟନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ, ମେରାଇନ ପୋଲିସର ପାଟ୍ରୋଲିଂ ବୋଟ ଏ ପର୍ଯ୍ୟନ୍ତ ମହାନଦୀ ମୁହାଣ ଅତିକ୍ରମ କରିନାହିଁ। ବୁଧବାର କିପରି ଏସ୍‌ପିଏମ୍‌ ପର୍ଯ୍ୟନ୍ତ ପୋଲିସ ଯିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistani-ship-at-paradip-port | Argus News