Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡିଶା ଛାଡିଲେ, ଏବେ ପାକିସ୍ତାନରେ ରହିବେ

Odisha

ଓଡିଶା ଛାଡିଲେ, ଏବେ ପାକିସ୍ତାନରେ ରହିବେ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଓଡିଶା ଛାଡିଲେ, ଏବେ ପାକିସ୍ତାନରେ ରହିବେ

ଭୁବନେଶ୍ୱର ଛାଡିଲେ ପାକିସ୍ତାନୀ ମହିଳା । ଭୁବନେଶ୍ଵରରୁ ଦିଲ୍ଲୀ ଯିବେ ନଗମା ୟୁସୁଫ । ସେଠାରୁ କଲମ୍ବୋ ଯାଇ ପାକିସ୍ତାନ ଯିବେ ନଗମା । ନଗମାଙ୍କ ସ୍ବାମୀ ଦିଲ୍ଲୀ ଏୟାରପୋର୍ଟ ରେ ନଗମାଙ୍କୁ ଛାଡି ଭୁବନେଶ୍ୱର ଫେରିବେ । 48 ଘଣ୍ଟା ମଧ୍ୟରେ ଭାରତ ଛାଡିବାକୁ ନଗମାଙ୍କୁ ନୋଟିସ ଜାରି କରାଯାଇଥିଲା । ରାଜ୍ୟରେ ଥିବା ଅନ୍ୟ 11 ଜଣଙ୍କୁ ଭାରତ ଛାଡିବାକୁ ନୋଟିସ ଜାରି ହୋଇଛି ।


୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେରହି ଆସୁଥିଲେ। ବିବାହ ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରି ନ ଥିଲେ। ମାତ୍ର ଦୀର୍ଘମିଆଦୀ ଭିଜା ପାଇଁ ଆବେଦନ କରିଥିଲେ ନଗମା। ପହଲଗାମ ଘଟଣା ପରେ ଭିଜା ରଦ୍ଦ ହେବାରୁ ସେ ଶୁକ୍ରବାର ଭୁବନେଶ୍ୱରରେ ବିଦା ହୋଇଛନ୍ତି। ନଗମା ଭୁବନେଶ୍ୱର ଛାଡୁଥିବାବେଳେ ପରିବାରର ଲୋକେ ଭାରତ ସରକାରଙ୍କୁ ନିବେଦନ କରୁଛନ୍ତି। ନଗମାଙ୍କ ପୁଅ, ବୋହୂ, ସ୍ୱାମୀ ସମସ୍ତେ ଭାରତୀୟ ହୋଇଥିବାବେଳେ ସମସ୍ତେ ଭାରତରେ ରହିବେ। କେବଳ ନଗମା ପାକିସ୍ତାନ ଯିବେ। ପ୍ରଶ୍ନ ଉଠୁଛି ଏତେ ବର୍ଷ ପରେ ନଗମା ପାକିସ୍ତାନ ଯିବେ ସେଠାରେ କାହା ପାଖରେ ରହିବେ ? ତାଙ୍କର ଆଉ ଫ୍ୟାମିଲିରେ କିଏ କିଏ ଅଛନ୍ତି ? ୨୦୨୪ରେ ନଗମାଙ୍କ ଦୀର୍ଘ ମିଆଦୀ ଭିସା ଅବଧି ସରିଥିଲା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଏକ୍ସିଟ୍ ପରମିଟ୍ ଆବେଦନ କରିଥିଲେ । ଅତଙ୍କୀ ଆକ୍ରମଣ ପରେ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ପରେ ସେ ଭୁବନେଶ୍ୱର ଛାଡିଛନ୍ତି ।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ମୁତାବକ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ନୋଟିସ୍ ଜାରି ପ୍ରକ୍ରିୟା ଆରମ୍ଭ ହୋଇଛି । ଲକ୍ଷ୍ମୀସାଗର ଥାନା ବିଜେବି ନଗରରେ ରହୁଥିବା ୫୩ ବର୍ଷୀୟ ନଗମା ୟୁସୁଫ୍‌ଙ୍କୁ ମଧ୍ୟ ପୋଲିସ ନୋଟିସ୍‌ ଜାରି କରିଥିଲା । ଭାରତ ଛାଡ଼ି ତୁରନ୍ତ ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
pakistani-woman-with-expired-visa-living-in-bhubaneswar-leaves-for-pakistan | Argus News