Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଧାରକାର୍ଡ ଓ ଭୋଟର କାର୍ଡ ଥିଲେ ବି ବିଦାହେବେ ପାକିସ୍ତାନୀ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆଧାରକାର୍ଡ ଓ ଭୋଟର କାର୍ଡ ଥିଲେ ବି ବିଦାହେବେ ପାକିସ୍ତାନୀ

କିଛି ପାକିସ୍ତାନୀ ନାଗରିକ ବିନା ନାଗରିକତାରେ ବହୁ ବର୍ଷ ହେଲା ରହି ଆସୁଛନ୍ତି ଭାରତରେ। ଏମିତିକି କୌଶଳ କରି ଆଧାରକାର୍ଡ ଓ ଭୋଟର ଆଇଡି ମଧ୍ୟ ହାତେଇ ନେଇଥିବା ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ ୧୨ ପାକିସ୍ତାନୀ ରହିଥିବା ଗୃହମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିବା ପରେ ପାକିସ୍ତାନୀ ତୁରନ୍ତ ଦେଶ ଛାଡିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି।


ଭାରତର ନାଗରିକତା ନନେଇ ଯେଉଁମାନେ ଆଧାରକାର୍ଡ ଓ ଭୋଟର ଆଇଡି ହାତେଇଛନ୍ତି ସେଗୁଡିକ ଅବୈଦ୍ଧ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ। ସେ ଆହୁରି ମଧ୍ୟ କହିଛନ୍ତି ଯାହା କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଅଛି ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌। ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱରର ବିଜେବି ନଗରଅଞ୍ଚଳରେ ରହି ଆସୁଥିଲେ। ଏମିତିକି ବିବାହ ପରେ ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରିନଥିଲେ। ଭିଜା ରଦ୍ଦ କରାଯାଇଥିଲା। ତୁରନ୍ତ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଆଜି ଭୁବେନଶ୍ବର ଛାଡିଥିବା ଜଣାପଡିଛି। 


ସାଧାରଣ ଭିସା ୨୭ ବୈଧ ରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। କେବଳ ମେଡିକାଲ ଭିସା ଆସନ୍ତା ୨୯ ଯାଏ ବଳବତ୍ତର ରହିବ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

Sponsored
pakistanis-cannot-stay-in-india-even-if-they-have-aadhaar-card-and-voter-card | Argus News