Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୂଆବର୍ଷରୁ ତାମୁଳ ସେବନ କଲେ ଲାଗିବ ଜରିମାନା

Odisha

ନୂଆବର୍ଷରୁ ତାମୁଳ ସେବନ କଲେ ଲାଗିବ ଜରିମାନା

Smruti Parija
Browse all articles by Smruti Parija
·2 years ago·1 min read
ନୂଆବର୍ଷରୁ ତାମୁଳ ସେବନ କଲେ ଲାଗିବ ଜରିମାନା

ପୁରୀ:  ଶ୍ରୀମନ୍ଦିରରେ ପାନ ଗୁଟଖା ନିଷେଧ ନେଇ ମୁଖ୍ୟ ପ୍ରଶାସକ ରଖିଲେ ପ୍ରତିକ୍ରିୟା । ନୂଆବର୍ଷରୁ ଶ୍ରୀମନ୍ଦିର ଭିତରେ ପାନ ଗୁଟଖା ଉପରେ ଲାଗିବ କଟକଣା । ପୂର୍ବ ନିଷ୍ପତ୍ତି ମୁତାବକ ନୂଆବର୍ଷରୁ ତାମୁଳ ସେବନ କଲେ ଲାଗିବ ଜରିମାନା। ଭକ୍ତ ଓ ସେବାୟତ ମାନେ ନିଜେ ସଚେତନ ହୋଇ ପାନ ଗୁଟଖା ନଖାଇବାକୁ ଅନୁରୋଧ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବରାହ ପୁରାଣର ଉଦାହରଣ ଦେଇ ତାମୁଳ ସେବନ ଉପରେ କଟକଣା ଲାଗୁ ହେବ କହିଲେ ମୁଖ୍ୟ ପ୍ରଶାସକ ରଞ୍ଜନ୍ ଦାସ ସୂଚନା ଦେଇଛନ୍ତି । 

ଏହାପୂର୍ବରୁ ଶ୍ରୀମନ୍ଦିର ଗଲେ ଶାଳିନତାପୂର୍ଣ୍ଣ ପୋଷାକ ପରିଧାନ କରିବାକୁ ଜାରି ହୋଇଥିଲା ଆଡଭାଇଜରି । ପୁରୁଷଙ୍କ ପାଇଁ ପ୍ୟାଣ୍ଟ, ସାର୍ଟ,ଚୁଡିଦାର ପଞ୍ଜାବୀ, ଧୋତି ଓ ମହିଳାଙ୍କ ପାଇଁ ଶାଢୀ ଓ ସାଲୁଆର୍ କମିଜ୍ ପରିଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । 

ଶ୍ରୀମନ୍ଦିର ଗଲେ କଣ ପିନ୍ଧିବେ ଶ୍ରଦ୍ଧାଳୁ, ସଚେତନ କରନ୍ତୁ- ଶ୍ରୀମନ୍ଦିର ପ୍ରଶାସନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆସନ୍ତା ଜାନୁଆରୀ 1 ରୁ ଭକ୍ତଙ୍କ ପାଇଁ ଲାଗୁ ହେବ ଡ୍ରେସ୍ କୋଡ୍ । ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ କରିବେ ତଦାରଖ । ତେବେ ଏହା ପୂର୍ବରୁ ଲୋକଙ୍କୁ ଏ ବିଷୟରେ ଭଲ ଭାବରେ ସଚେତନ କରିବାକୁ ନିର୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ । 
 

Sponsored
pan-gutkha-ban-inside-puri-temple-from-new-year | Argus News