Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବଢ଼ିବ ବ୍ଲକ ଓ ପଞ୍ଚାୟତ ସଂଖ୍ୟା, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·11 months ago·2 min read
ଓଡ଼ିଶାରେ ବଢ଼ିବ ବ୍ଲକ ଓ ପଞ୍ଚାୟତ ସଂଖ୍ୟା, ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ

Key Points

୨୦୨୭ ପୂର୍ବରୁ ପଞ୍ଚାୟତ ଓ ୨୦୨୯ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ଭୁବନେଶ୍ଵର: ରାଜ୍ୟରେ ବ୍ଲକ ଓ ପଞ୍ଚାୟତ ସଂଖ୍ୟା ବୃଦ୍ଧି ପାଇବ । ୨୦୨୭ ପୂର୍ବରୁ ପଞ୍ଚାୟତ ଓ ୨୦୨୯ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, ଗତକାଲି ରାଜ୍ୟପାଳ ଆମ ବିଭାଗର ସମୀକ୍ଷା କରିଥିଲେ । ପଞ୍ଚାୟତିରାଜ ଆଇନ୍ ବ୍ୟବସ୍ଥା ଭିତରେ ରାଜ୍ୟପାଳ ପ୍ରସ୍ତାବ ଦେଇଛନ୍ତି । ଆଇନ୍ ଅନୁସାରେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ କରାଯିବ ।


ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ହେଲେ ପ୍ରଶାସନ ଲୋକଙ୍କ ପାଖରେ ଆହୁରି ଭଲ ଭାବେ ପହଞ୍ଚି ପାରିବ । ଲୋକ ମଧ୍ୟ ସରକାରୀ ଯୋଜନା ବାବଦରେ ଅବଗତ ହୋଇପାରିବ । ଏଭଳି ହେଲେ ଲୋକଙ୍କ ସମସ୍ୟା ଦୂର ହେବ । ମନ୍ତ୍ରୀ ଆହୁରି କହିଛନ୍ତି, ବିଭିନ୍ନ ରାଜ୍ୟରେ ଗୋଟିଏ ଗାଁକୁ ନେଇ ବି ଗୋଟିଏ ପଞ୍ଚାୟତ ରହିଛି । ପଞ୍ଚାୟତ ବ୍ୟବସ୍ଥା ଭିତରେ ଓଡ଼ିଶାରେ ପଞ୍ଚାୟତ ପୁନର୍ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।


ଲୋକଙ୍କ ସୁବିଧା ଦୃଷ୍ଟିରୁ ଆଗାମୀ ଦିନରେ ବ୍ଲକ ଓ ପଞ୍ଚାୟତର ଉନ୍ନତି ଆଖି ଆଗରେ ରଖି ପଞ୍ଚାୟତ ପୁନର୍ଗଠନ କରାଯିବ । ରାଜ୍ୟପାଳ ଦେଇଥିବା ପ୍ରସ୍ତାବ ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ୨୦୨୭ ପୂର୍ବରୁ ପଞ୍ଚାୟତ ଓ ୨୦୨୯ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୨୬ ପଞ୍ଚାୟତ ପୁନର୍ଗଠନ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ବ୍ଲକ ପୁନର୍ଗଠନ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏଥିପାଇଁ ସରକାର କମିଟି ଗଠନ କରିବେ । କମିଟି ବିଭିନ୍ନ ଦିଗକୁ ଦୃଷ୍ଟି ଦେବ । ଏଥିରେ ଅନେକ ସମସ୍ୟା ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ନେଇ ଲୋକେ ଦାବି କରି ଆସୁଥିବା ବେଳେ ଏବେ ସରକାର ସେ ଦିଗରେ ଆଗକୁ ବଢ଼ୁଛନ୍ତି ।

Sponsored
Panchayat Reorganization by 2027, Block Restructuring by 2029: Odisha Panchayati Raj Minister -Argus News | Argus News