Videos
|
Odisha

ସ୍ଥଗିତ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସ୍ଥଗିତ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

Key Points

ଜାଣନ୍ତୁ କାହିଁକି କରାଗଲା ସ୍ଥଗିତ ?

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖିଲେ ରାଜ୍ୟ ନିର୍ବାଚନ କମିଶନ। ଜୁନ ୨୩ ରେ ଉପନର୍ବିାଚନ ପାଇଁ ଆଜି ଘୋଷଣା ହୋଇଥିଲା। ୧ ହଜାର ୧୩୧ ଟି ପଦବୀ ପାଇଁ ଉପନିର୍ବାଚନ ହୋଇଥାନ୍ତା। ଏନେଇ ଆଜି ସକାଳେ ଘୋଷଣା କରାଯାଇଥିଲା।


୧୦୪୩ ୱାର୍ଡ ମେମ୍ବର, ସମିତି ସଭ୍ୟ ୪୦, ୪୩ ସରପଞ୍ଚ ଏବଂ ୫ଟି ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ନୋଟିଫିକେସନ ହୋଇଥିଲା। ଜିଲ୍ଲା ଅଧିକାରୀ ଓ ଆଶାୟୀ ପ୍ରାର୍ଥୀ ମାନେ ମୌସୁମୀ ବର୍ଷା ପାଇଁ ତାରିଖ ପରିବର୍ତନ ପାଇଁ କହିଥିଲେ। ଏଥିପାଇଁ ଆଇଏମଡିକୁ ରିପୋର୍ଟ ମଗାଯାଇଥିଲା। ସହଳ ମୌସୁମୀ ପାଇଁ ଉପନିର୍ବାଚନ ସ୍ଥଗିତ କରାଯାଇଛି। ଏବେ ଉପନିର୍ବାଚନ ପାଇଁ ହୋଇଥିବା ନୋଟିସ କୁ ସ୍ଥଗିତ ରଖାଯାଇଛି। ସମୟ ଦେଖି ପରବର୍ତ୍ତୀ ତାରିଖ ଘୋଷଣା କରାଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ସକାଳେ ଦିଆଯାଇଥିବା ସୂଚନା ଅନୁସାରେ ଜୁନ୍ ୨୩ରେ ଉପନିର୍ବାଚନ ହୋଇଥାନ୍ତା। ଏଥିପାଇଁ ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ନୋଟିସ ଜାରି କରାଯାଇଥାନ୍ତା। ଆସନ୍ତା ୨୬, ୨୮, ୨୯, ୩୦ ଓ ୩୧ତାରିଖ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଥାନ୍ତେ।  ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା।  ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହୋଇ 

୨୪ ତାରିଖ ସକାଳ ୮ଟାରୁ ବ୍ଳକ ଅଫିସରେ ଭୋଟ ଗଣତି ହୋଇଥାନ୍ତା। ଏନେଇ ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଥିଲେ। ହେଲେ ବର୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି। କେବେ ନିର୍ବାଚନ ହେବ ସେନେଇ ପରେ ସୂଚନା ଦିଆଯିବ। 



Panchayat byelection postponed | Argus News