Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

Key Points

୭ ବର୍ଷ ସରୁନି ପଞ୍ଚାୟତ କାର୍ଯ୍ୟାଳୟ କାମ
ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

ପଞ୍ଚାୟତ କାର୍ଯ୍ୟାଳୟ ସହ ଆଉ ୭ଟି କୋଠା ବି ଅଧପନ୍ତରିଆ

ସରପଞ୍ଚଙ୍କ ଅଭିଯୋଗ, ଯନ୍ତ୍ରୀ ଖାଇଦେଇଛନ୍ତି ଟଙ୍କା

କଳାହାଣ୍ଡି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର ପୋଡା ପଦର ପଞ୍ଚାୟତ। ଏହି ଅଞ୍ଚଳ ଆଗରୁ ତାଳନଗି ପଞ୍ଚାୟତ ଅଧୀନରେ ଥିଲା । ଗତ ୨୦୧୭ ମସିହାରେ ୧୮ ଟି ଗାଁ କୁ ନେଇ ପୋଡାପଦରକୁ ନୂତନ ପଞ୍ଚାୟତ ଘୋଷଣା କରାଗଲା । ଏହି ପଞ୍ଚାୟତ ପାଇଁ ଗତ ୨୦୧୭ ମସିହାରେ ୩୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏକ ପଞ୍ଚାୟତ ଗୃହ ନିର୍ମାଣ କାମ ଆରମ୍ଭ ହେଲା । ହେଲେ ଆଜକୁ ୭ ବର୍ଷ ରୁ ଉର୍ଦ୍ଧ୍ବ ଦିନ ହେଲା ପରେ ମଧ୍ୟ ପଞ୍ଚାୟତ ବିଲ୍ଡିଂ ନିର୍ମାଣ ହୋଇପାରିନାହିଁ । ଫଳରେ ଗଛମୁଳରେ ଚାଲିଛି ପଞ୍ଚାୟତ କାମ।


କେବଳ ଏହି ପଞ୍ଚାୟତ ଗୃହ ନୁହେଁ , ପଞ୍ଚାୟତ ଗୃହକୁ ଲାଗିକି ନିର୍ମାଣ ହେଉଥିବା ଗ୍ରାହକ ସେବା କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଜୀବ ଗାନ୍ଧୀ ଭବନ,ପଞ୍ଚାୟତ ଗୋଦାମ ଘର, ଏଏନଏମ ସେଣ୍ଟର, ମିଶନ ଶକ୍ତି ଭବନ ଏବଂ ସ୍କୁଲ କୋଠା ମଧ୍ୟ ଅଧପନ୍ତରିଆ ଭାବେ ପଡି ରହିଛି । ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କ ସମାଧାନ ଦିଗରେ ନା ନିର୍ବାଚିତ ପ୍ରତିନିଧି ନା ରାଜନେତା ନା ପ୍ରଶାସନ କେହି ମଧ୍ୟ ଆଗଭର ହେଉ ନାହାନ୍ତି । ଯାହା ଫଳରେ ଏବେବି ଆଦିବାସୀ ମାନେ ଦିଶାହିନ ଭଳି ବୁଲୁଛନ୍ତି । ଆହା କରିବାକୁ କେହି ନାହିଁ କି ସାହା ହେବା ପାଇଁ ମଧ୍ୟ କେହି ନାହିଁ ।

ଦୁର୍ଗମରେ ଦୁର୍ଦ୍ଦଶା,ଠିକାଦାର ପୋଷା ନୀତିରେ ଚାଲିଛି ପୋଡାପଦର ପଞ୍ଚାୟତର ବିକାଶ । ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ କୌଣସି ଅଧିକାରୀ ମଧ୍ୟ ଏ ଅଞ୍ଚଳକୁ ଯାଉ ନାହାଁନ୍ତି । ଫଳରେ ଏହାର ଫାଇଦା ନେଉଛନ୍ତି ଠିକାଦାର ଓ ଯନ୍ତ୍ରୀ । ଯଦି ଏହି ଅଧପନ୍ତରିଆ ସମସ୍ତ ଗୃହ ନିର୍ମାଣ ହେଲେ ନିଜ ଅଞ୍ଚଳରେ ଲୋକେ ସରକାରୀ ସେବା ପାଇ ପାରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
panchayat-office-is-functioning-under-the-tree | Argus News