|
logo
Live

Argus News - ପାଣ୍ଡିଆନଙ୍କ ସଭାକୁ କଳା ଓଢଣୀ ମନା !

Odisha

ପାଣ୍ଡିଆନଙ୍କ ସଭାକୁ କଳା ଓଢଣୀ ମନା !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପାଣ୍ଡିଆନଙ୍କ ସଭାକୁ କଳା ଓଢଣୀ ମନା  !

ଅର୍ଗସ ବ୍ୟୁରୋ: ବାଉଁଶ ଭାଡାରେ କଳା ଓଢଣୀ ସାଙ୍ଗକୁ କଳା ଗାମୁଛା ରଖାଯାଇଛି । ସିଏ ପୁଣି ଗୋଟିଏ କି ଦୁଇଟି ନୁହେଁ ବରଂ ମାଳମାଳ ସଂଖ୍ୟାରେ । ହେଲେ ଏତେ ସଂଖ୍ୟାରେ କାହିଁକି ଓଢଣୀ ରଖାଯାଇଛି ସେନେଇ କିଛି ବୁଝାପଡିବନି । କିନ୍ତୁ ଘଟଣା ପଛର ସତ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ କହିବେ ବିଜେଡି ନେତା ପାଣ୍ଡିଆନଙ୍କ ଗସ୍ତ ଲାଗି ମହିଳାଙ୍କ ପାଖରୁ କଳା ଓଢଣୀ ନେଇଯିବାର କାରଣ କଣ ? 

ବିଜେଡି କହେ ଗୋଟାଏ, କରେ ଆଉ ଗୋଟାଏ । କାରଣ ମାଆଙ୍କୁ ସମ୍ମାନ ଯେ କେବଳ ନାରାରେ ରହିଯାଇଛି ସେ କଥା କୋରାପୁଟ ଘଟଣା ଦେଖିବା ପରେ ସ୍ପଷ୍ଟ ହେଉଛି । ପ୍ରବଳ ଖରା ପରେ ବି ପାଣ୍ଡିଆନଙ୍କ ସଭାକୁ ଶହଶହ ଲୋକ ବୋହି ଆଣିଥିଲେ ବିଜେଡି ନେତା । କିନ୍ତୁ ଆଣିବା ପୂର୍ବରୁ ଜଣଙ୍କୁ ବି କୁହାଯାଇନଥିଲା କଳା ଓଢଣୀ ନପିନ୍ଧିବାକୁ । ପ୍ରବଳ ଖରାରୁ ରକ୍ଷା ପାଇବା ପାଇଁ ମହିଳା ଓ ଯୁବତୀମାନେ କଳା ରଙ୍ଗକ ଷ୍ଟଲ ଓ ଓଢଣୀ ଧରି ଆସିଥିଲେ । ହେଲେ ସେ ଓଢଣୀକୁ ଯେଉଁ ପରି ଢଙ୍ଗରେ କଢାଗଲା ତାହା ସୁସ୍ଥ ସମାଜକୁ କି ବାର୍ତ୍ତା ଦେଉଛି ତାହାର ଉତ୍ତର ଦେଇପାରିବେ ପାଣ୍ଡିଆନ ଓ ନବୀନ । 

କୋରାପୁଟ କୋଟପାଡ଼ର ଦୃଶ୍ୟକୁ ନେଇ ଏବେ ଭାରି ଚର୍ଚ୍ଚା । ନିର୍ବାଚନ ପ୍ରଚାର ଲାଗି ଗସ୍ତ କରିଥିଲେ ପାଣ୍ଡିଆନ । ହେଲେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା,କାର୍ଯ୍ୟକ୍ରମରେ କଳା କପଡ଼ା ନେବାକୁ ଗେଟ ବାହାରେ ଥିବା ସୁରକ୍ଷାକର୍ମୀଙ୍କ ବାରଣ କରିଥିଲେ । କେବଳ ମହିଳାଙ୍କଠୁ ନୁହେଁ ବରଂ ପୁରୁଷଙ୍କଠାରୁ ବି କଢାଯାଇଥିଲା କଳା ଗାମୁଛା ।   ଦୁଃଖ ଏତିକିରେ ସରିନଥିଲା ବରଂ ଖରାରେ ଆସିଥିବା ଲୋକଙ୍କୁ ବସିବାକୁ ଜାଗା ବି ମିଳିନଥିଲା । ସେଇଥି ଲାଗି ତ, ଏମିତି ବିପଦଜନକ ଭାବରେ ଟ୍ରକ୍‌ ତଳେ ବସିଛନ୍ତି ଏଇ ମହିଳାମାନେ ।  ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିରୀହ ଆଦିବାସୀଙ୍କୁ ମିଛ କହି ସରକାରୀ ସଭା ହେଉଛି ବୋଲି କୁହାଯାଇ ଅଣାଗଲା । ହେଲେ ପାଣ୍ଡିଆନଙ୍କ ସଭାରେ କେମିତି ଲୋକ ହେବେ ସେନେଇ ବ୍ୟବହାର କରାଗଲା । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ ଏନେଇ ପାଣ୍ଡିଆନଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
ପାଣ୍ଡିଆନଙ୍କ ସଭାକୁ କଳା ଓଢଣୀ ମନା ! | Argus News