Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ

ଅର୍ଗସ ବ୍ୟୁରୋ:  ସୁଜାତା କାର୍ତ୍ତିକେୟନଙ୍କୁ ମିଳିଲାନି ଛୁଟି । ପାଣ୍ଡିଆନଙ୍କ ପତ୍ନୀଙ୍କ ଛୁଟି ଆବେଦନ ଅଗ୍ରାହ୍ୟ । ଆଉ ୬ ମାସ ଛୁଟି ଆବେଦନକୁ ଅଗ୍ରାହ୍ୟ କଲେ ସରକାର । ଯାହା ଚର୍ଚ୍ଚା ହେଉଥିଲା ସେଇୟା ହେଲା । ଅର୍ଥାତ୍‌ ସୁଜାତାଙ୍କ ଛୁଟି ଆବେଦନକୁ ଆଗ୍ରାହ୍ୟ କରିଦେଲେ ରାଜ୍ୟ ସରକାର । ପୂର୍ବରୁ ସେ ୬ ମାସ ଛୁଟି ଆବେଦନ କରିଥିଲେ । ତତ୍କାଳୀନ ବିଜେଡି ସରକାର ଛୁଟି ମଧ୍ୟ ମଂଜୁର କରିଥିଲା । ହେଲେ ଏବେ ନୂଆ ସରକାର ଆସିବା ପରେ ଛୁଟି ଆବେଦନକୁ ଆଗ୍ରାହ୍ୟ କରିଦେଇଛନ୍ତି । 

  • ଆଜି ସରୁଥିଲା ସୁଜାତାଙ୍କ ଛୁଟି
  • ମେ ୩୧ରୁ ନଭେମ୍ବର ୨୬ ଯାଏଁ ଥିଲେ ଛୁଟିରେ
  • କେଉଁ ବିଭାଗରେ ଜଏନ କରିବେ ସୁଜାତା, ବଢିଥିଲା ଚର୍ଚ୍ଚା 

ପୁଣି ଚର୍ଚ୍ଚାରେ ପାଣ୍ଡିଆନଙ୍କ ପତ୍ନୀ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ସୁଜାତା କାର୍ତ୍ତିକେୟନ । କାରଣ ନିର୍ବାଚନ ସମୟରେ ନିଜ ପଦବୀର ଅପବ୍ୟବହାର ଅଭିଯୋଗ ହେବା ପରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ତାଙ୍କୁ ମିଶନଶକ୍ତି ବିଭାଗରୁ ବଦଳାଯାଇ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ କରାଯାଇଥିଲା । ପରେ ପରେ ସେ ୬ ମାସ ପାଇଁ ଛୁଟି ଆବେଦନ କରିଥିଲେ । ସରକାର ଛୁଟି ଆବେଦନକୁ ସ୍ଵୀକୃତି ଦେବା ପରେ ଛୁଟିରେ ଯାଇଥିଲେ ସୁଜାତା । ଏହାରି ଭିତରେ ତାଙ୍କର ଛୁଟି ସରୁଛି । ତେବେ ପୁଣି ଥରେ ଛୁଟି ଆବେଦନକୁ ଆଗ୍ରାହ୍ୟ କରିଦେଇଛନ୍ତି ରାଜ୍ୟ ସରକାର ।

ଛୁଟିରୁ ଫେରିବା ପରେ ସୁଜାତା ଲୋକସେବା ଭବନରେ କେଉଁଠି ବସିବେ ତାହାକୁ ନେଇ ଏବେ ଭାରି ଚର୍ଚ୍ଚା ଚାଲିଥିଲା । ଛୁଟିରେ ଯିବା ବେଳେ ଅର୍ଥ ବିଭାଗରେ ସେ କାମ କରୁଥିଲେ । ହେଲେ ଏବେ ନୂଆ ସରକାର ଆସିଥିବାରୁ ସେ କେଉଁ ବିଭାଗର ଦାୟିତ୍ଵ ନେଇ ତାହାକୁ ନେଇ ପ୍ରଶାସନିକ ସ୍ତରରେ ବି ଚର୍ଚ୍ଚା ଚାଲିଛି । ତତ୍କାଳୀନ ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ସର୍ବେସର୍ବା ଥିଲେ । ୨୦୨୪ ନର୍ବାଚନ ସମୟରେ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା । ହେଲେ ଏବେ ନୂଆ ସରକାରରେ କାମ କରିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏହାରି ଭିତରେ ସେ ପୁଣି ଥରେ ଛୁଟି ଆବେଦନ କରିଥିଲା ଚର୍ଚ୍ଚା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୁଣି ଥରେ ବଢାଇବେ କି ଛୁଟି ଅବଧି ?
  • ନା ପାଣ୍ଡିଆନଙ୍କ ପରି ନେବେ ଭିଆରଏସ୍‌ ?

କଥା ହେଲା ନବୀନ ସରକାରରେ ଭାରି ପାୱାରଫୁଲ ଥିଲେ ସୁଜାତା । ସ୍ଵାମୀ ସରକାର ଚଳାଉଥବା ବେଳେ ମିଶନ ଶକ୍ତିର ସଚିବ ଥାଇ ବିଜେଡି ପାଇଁ ଭୋଟ୍‌ ବ୍ୟାଙ୍କ ବଢାଉଥିଲେ ସୁଜାତା । ଏନେଇ ବାରମ୍ବାର ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିଲା ବିଜେପି । ପରେ କମିଶନ ସୁଜାତାଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ କିନ୍ତୁ ସେକାଳ ପଖାଳ ଆଉ ନାହିଁ । ଅର୍ଥାତ୍‌ ସରକାର ବଦଳିବା ପରେ ଏବେ ଅଫିସର ନୁହେଁ ବରଂ ମନ୍ତ୍ରୀ ହିଁ ଶାସନ କରୁଛନ୍ତି । ତେଣୁ ନିଜର ଦବଦବା ଆଉ ଜାହିର କରିପାରିବେନି ସୁଜାତା । ତେଣୁ ସ୍ଵେଚ୍ଛାକୃତ ଅବସର ନେଇପାରନ୍ତି ସୁଜାତା ବୋଲି ଚର୍ଚ୍ଚା ହେଉଛି ।

Sponsored
Pandian S wife IAS sujata karthikeyan leave application rejected | Argus News