ସଭା ମଂଚରେ ସତ କହିଦେଲେ ପାଣ୍ଡିଆନ !

ଅର୍ଗସ ବ୍ୟୁରୋ: ଶ୍ଵଶୁର ଘର ଗାଁ ଗସ୍ତରେ ଯାଇଥିଲେ ଫାଇଭ-ଟି ଅଧ୍ୟକ୍ଷ ତଥା ନବୀନ ଓଡ଼ିଶାର ଚେୟାରମ୍ୟାନ ଭି.କେ ପାଣ୍ଡିଆନ । ଗସ୍ତ ପୂର୍ବ ନିର୍ଦ୍ଧାରିତ ଥିବାରୁ ସ୍ଥାନୀୟ ବିଜେଡି ନେତା ଓ କର୍ମୀମାନେ ଲୋକଙ୍କୁ ଆଣି ଏକତ୍ରୀତ କରିଥିଲେ । ଆଉ ଯେତେବେଳେ ଏତେ ଲୋକ ଏକତ୍ରୀତ ହୋଇଥିଲେ ସେମାନଙ୍କୁ ଦେଖି ଖୁସିରେ ଗଦଗଦ ହୋଇ ସତ କହିଦେଲେ ପାଣ୍ଡିଆନ । ସିଧାସିଧା କହିଥିଲେ ଶ୍ଵଶୁର ଘର ଲୋକଙ୍କ କଥା ନଶୁଣିଲେ ଘରେ ଗାଳି ପଡିବ । ଗାଳି ଏଇଥି ଲାଗି ପଡ଼ିବ କାରଣ କେନ୍ଦ୍ରାପଡାବାସୀଙ୍କୁ ବିକାଶ ନାଁରେ ଯେମିତି ରାଜ୍ୟ ସରକାର ଭୂୟାଁ ବୁଲାଇଛନ୍ତି ତାହା ପାଣ୍ଡିଆନଙ୍କୁ ଭଲ ଭାବରେ ଜଣା । ବୋଧହୁଏ ସେଇଥି ଲାଗି ଘରେ ପାଣ୍ଡିଆନଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ରାଗୁଛନ୍ତି । ଯାହାର ଭଣ୍ଡାଫୋଡ ସଭା ମଂଚରେ ଖୋଦ କହିଛନ୍ତି ପାଣ୍ଡିଆନ ।
ସଭା ମଞ୍ଚରେ ସତ କହିଦେଲେ ପାଣ୍ଡିଆନ । ଭାଇରାଲ ହେଲା ଭିଡିଓ । ହେଲେ ସେ କାହିଁକି ଏମିତି କହିଲେ ତାହାକୁ ନେଇ ଏବେ ବଢିଲାଣି ଚର୍ଚ୍ଚା । ସ୍ଥିତି ଏମିତି ହେଲା ଯେ ଶ୍ଵଶୁର ଘରେ କାଳେ ସେ ସତ କହିଛନ୍ତି ବୋଲି କୁହାକୁହି ହେଲେଣି ସ୍ଥାନୀୟ ଲୋକେ ।
ଦର୍ଶକବନ୍ଧୁ ଆପଣଙ୍କର ମନଥିବ ନିଶ୍ଚୟ, ଗତ କିଛିଦିନ ତଳେ ସାତଭାୟାରୁ କେମିତି କେରଳକୁ ଦାଦନ ନେଇ ଯାଉଛି ବସ । ସ୍ଥିତି ଏମିତି ହୋଇଛି ଯେ ସାତଭାୟାରେ ପରିବାର ସଂଖ୍ୟା ୧୨ ଶହ ଥିବା ବେଳେ ଗାଁ ସଂଖ୍ୟା ବି ୧୨ ଶହ ଥିଲା । ଆଉ ଏମିତି ସ୍ଥିତିରେ ବିକାଶ ସେଇଠି କେତେ ମାତ୍ରାରେ ହୋଇଛି ତାହା କହିବାର କୌଣସି ଆବଶ୍ୟକତା ନାହିଁ । ବୋଧହୁଏ ସେଇଥି ଲାଗି ପାଣ୍ଡିଆନଙ୍କ କେନ୍ଦ୍ରାପଡ଼ା ଗସ୍ତ ସମୟରେ କିଛି ଏମିତି ଢଙ୍ଗରେ କଳାପତାକା ପ୍ରଦର୍ଶନ କରାଯାଇଥିଲା । ସେ ଯାହା ବି ହେଉ, ଶ୍ଵଶୁର ଘର ଗାଁର ବିକାଶ ନହେଲେ ଗାଳି ପଡିବ ବୋଲି ପାଣ୍ଡିଆନ କହିଥିବାରୁ ଏବେ ଚର୍ଚ୍ଚା ।
📱 Get Argus News App
✨