ବିଜେଡି ପାଇଁ କାଳ ସାଜିଲେ ଭୈରବ: ରୁବେନ ବାନାର୍ଜୀ

ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କୁ ନେତା କରି ବୁଡ଼ିଲା ବିଜେଡି । ନେତାଙ୍କୁ ଭରସା ନ କରି ନବୀନ ପାଣ୍ଡିଆନ ଙ୍କ ହାତକୁ ବିଜେଡିର ଚାବି କାଠି ଦେଇଦେବା ଦଳ କୁ ପଡିଲା ମହଙ୍ଗା । ବିଜେଡିକୁ ବୁଡାଇ ଦେଲେ ପାଣ୍ଡିଆନ ଆଣ୍ଡ କୋ । ବିଜେଡି ପାଇଁ କାଳ ସାଜିଲେ ଭୈରବ । ନବୀନ ଙ୍କୁ ହାତ ମୁଠାରେ ରଖି ରଚିଥିଲେ ନିଜ ପଲିଟିକାଲ ଲଞ୍ଚିଙ୍ଗର ସ୍କ୍ରିପ୍ଟ । ଅଭିଯୋଗ ଶୁଣାଣି ନାଁ ରେ ୬ ମାସ ଧରି ରାଜ୍ୟର ୧୯୦ ଟି ସ୍ଥାନରେ ସଭା କରିବା ସହ ହେଲିକ୍ୟାପ୍ଟରରେ ବୁଲୁଥିଲେ । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ କହିବା ଅନୁଯାୟୀ ହେଲିକପ୍ଟର ଖର୍ଚ୍ଚ ଦେଉଥିଲେ ସରକାର । ମାତ୍ର ସଭା, ମଂଚ, ଆଲୁଅ, ପ୍ରଚାର ପ୍ରସାର ପାଇଁ କିଏ ଖର୍ଚ୍ଚ କରୁଥିଲା ଟଙ୍କା ।
ପ୍ରବଳ ମାତ୍ରାରେ ଲୋକ ବୁହା ଓ ଲୋକଙ୍କ ପାଇଁ ପ୍ରଚୁର ଖାଦ୍ୟ ପାନୀୟ ବ୍ୟବସ୍ଥା ପାଇଁ ଗୋଟିଏ ଟଙ୍କା ଖର୍ଚ୍ଚ କରିନାହାଁନ୍ତି ସରକାର । ବଜେଟରେ ମଧ୍ୟ ଟଙ୍କାଟିଏ ବ୍ୟୟବରାଦ ନାହିଁ କି ଜିଲ୍ଲା ପ୍ରଶାସନ ବି ଟଙ୍କାଟିଏ ଖର୍ଚ୍ଚ କରିନି । ତେଣୁ ଚର୍ଚ୍ଚା ଅନୁଯାୟୀ ଏହି ଟଙ୍କା ସବୁ ଖଣି ମାଫିଆ ଓ ଅଣ ଓଡିଆ ଠିକାଦାରଙ୍କଠୁ ଆଣୁଥିଲେ ପାଣ୍ଡିଆନ ନିଜର ପଲିଟିକାଲ ଲଞ୍ଚୀଙ୍ଗ ପାଇଁ । ଆଉ ଏହା ପରେ ପାଣ୍ଡିଆନ ନେତା ଭାବେ ବିଜେଡିରେ ସାମିଲ ହେବା କାମରେ ହୋଇଥିଲେ ସଫଳ । ଯାହା ପରେ ଦଳର ସମସ୍ତ ବରିଷ୍ଠ, ଯୁବ, ଛାତ୍ରନେତାଙ୍କୁ ବ୍ୟାକଫୁଟ ଠେଲି ଦେଇ ଫ୍ରଣ୍ଟଫୁଟରୁ ବିଜେଡିର ପରିଚାଳନା କରୁଥିଲେ ପାଣ୍ଡିଆନ । ଯାହାକୁ ଦଳୀୟ ନେତା କି ଓଡ଼ିଆ ଲୋକେ ଗ୍ରହଣ କଲେନି । ୨୪ ବର୍ଷ ର ସରକାର କୁ ୨୪ ନିର୍ବାଚନ ରେ ପରାଜୟ ର ବାଟ ଦେଖାଇ ଦେଲେ । ତେବେ ଦଳର ଏପରି ସ୍ଥିତି ପାଇଁ ତୃଣମୂଳ ସ୍ତରରୁ ପ୍ରତିବାଦ ଜୋର ଦାର ହୋଇଥିଲେ ବି ନବୀନ କିନ୍ତୁ ଏବେ ବି ପାଣ୍ଡିଆନ ଙ୍କୁ ଅଣ୍ଟି ରେ ପୁରେଇ ରଖିଛନ୍ତି । ନବୀନଙ୍କ ଏଭଳି ଆଭିମୁଖ୍ୟ କୁ ନେଇ ବିଜେଡିର ତୃଣମୂଳ ସ୍ତରରେ ପ୍ରତିବାଦର ସ୍ବର ଉଠିଛି ।