Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଣ୍ଡିଆନଙ୍କୁ ପୁଣି କ୍ଲିନ୍‌ ଚିଟ୍‌ ଦେଲେ, ପ୍ରଭାତଙ୍କୁ ବାହାର ଲୋକ କହିଲେ !

Odisha

ପାଣ୍ଡିଆନଙ୍କୁ ପୁଣି କ୍ଲିନ୍‌ ଚିଟ୍‌ ଦେଲେ, ପ୍ରଭାତଙ୍କୁ ବାହାର ଲୋକ କହିଲେ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପାଣ୍ଡିଆନଙ୍କୁ ପୁଣି କ୍ଲିନ୍‌ ଚିଟ୍‌ ଦେଲେ, ପ୍ରଭାତଙ୍କୁ ବାହାର ଲୋକ କହିଲେ !

ନବୀନଙ୍କ ନିର୍ଦ୍ଦେଶରେ ବିବେକ ଅନୁସାରେ ଭୋଟ୍ ନେଇ ବଢିଲା ଚର୍ଚ୍ଚା । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ପୋଷ୍ଟ ଚର୍ଚ୍ଚାକୁ ଯୋଗାଇଲା ଖୋରାକ୍ । ସେପଟେ ବିଜେଡି କଳିକୁ ସାମନାକୁ ଆଣିଲା ବିଭିନ୍ନ ଯାଗାରେ ବିଜେଡିର ମେଳି । ନବୀନ ସାମ୍ନାକୁ ଆସିଲେ ହେଲେ ୱାକଫ୍ ଭୋଟ୍ ନେଇ ଚୁପ୍ ରହିଲେ । ନବୀନ କହିଲେ, ପାଣ୍ଡିଆନ୍ ୧୦ ମାସ ତଳୁ ଦଳ ଛାଡିସାରିଲେଣି ।

ବିଜେଡି କଳି, ଭିନ୍ନ ଭିନ୍ନ ସ୍ଥାନରେ ମେଳି । ୱାକଫ୍ ଭୋଟକୁ ନେଇ ଫାଳଫାଳ ବିଜେଡି । ତେବେ ବିବେକ ଅନୁସାରେ ଭୋଟ୍ ଦେବା ପାଇଁ ନବୀନ ନିର୍ଦ୍ଦେଶ ଦେଇଥିବା ଚର୍ଚ୍ଚା ଜୋର ଧରୁଛି । କ୍ଷମତାରୁ ଗଲେ ବିଜେଡି ଭାଙ୍ଗିଯିବ କହିଥିବା ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ପୋଷ୍ଟ ସସପେନ୍ସ ବଢ଼ାଇଛି। ରୁବେନ୍ ବାନାର୍ଜୀ କହିଛନ୍ତି ନବୀନ ନିବାସ ନିର୍ଦ୍ଦେଶରେ ବିଜେଡିର ବିବେକ ଭୋଟ୍, ଅଶ୍ବୀକାର କରିବା ଚେଷ୍ଟା ବୃଥା।

ସେପଟେ ବିଜେଡିରେ ମାଳମାଳ ମେଳି ପରେ ସାମ୍ନାକୁ ଆସିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। କହିଛନ୍ତି ପାଣ୍ଡିଆନ୍ ୧୦ ମାସ ହେଲା ଦଳ ଛାଡିସାରିଲେଣି। ସେ ଦଳ ଓ ରାଜ୍ୟ ପାଇଁ ଭଲ କାମ କରିଛନ୍ତି। ତେବେ ଓ୍ୱାକଫ୍ ଭୋଟ ନେଇ ନବୀନଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରିଛି।

ସେପଟେ ୱାକଫ୍ ଘମାସାନ୍ ଭିତରେ ବିଜେଡିରେ ଆରମ୍ଭ ହୋଇଯାଇଛି ଗୃହ ଯୁଦ୍ଧ । ପାଣ୍ଡିଆନଙ୍କୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଛି ବିଜେଡି । ପାଣ୍ଡିଆନ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଭିତରେ ଚାଲିଛି ଜୋରଦାର ଲଢେଇ । ରାଜ୍ୟସଭା ଘଟଣାରେ ଜବାବ ମାଗି ୫ ଦିନ ହେବ ମେଳି ବାନ୍ଧି ଶକ୍ତି ପ୍ରଦର୍ଶନ କରୁଥିବା ଆଣ୍ଟି ପାଣ୍ଡିଆନ ଗୋଷ୍ଠୀଙ୍କୁ ସମାନ ଶୈଳିରେ ଆଜି କାଉଣ୍ଟର କରିଛନ୍ତି ପ୍ରୋ-ପାଣ୍ଡିଆନ ନେତା । ପ୍ରଥମେ ପଟିଆ ସ୍ଥିତ ଏକ ହୋଟେଲରେ ଆଜି ଏକାଠି ହୋଇଥିଲେ ପାଣ୍ଡିଆନ ବିପକ୍ଷବାଦୀ କୁହାଯାଉଥିବା ଦଳର କିଛି ହେଭିୱେଟ ନେତା ।

ସେପଟେ ସାଂଗଠନିକ ବୈଠକ ଆଳରେ ପ୍ରତାପ ଦେବଙ୍କ କ୍ୱାଟରରେ ଏକାଠି ହେଲେ ପ୍ରୋ-ପାଣ୍ଡିଆନ ନେତା। କିଛି ଦିନ ତଳେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କୁ ଭୁୟଶୀ ପ୍ରଶଂସା କରିଥିବା ଅତନୁ ସବ୍ୟସାଚୀ ନାୟକଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା ଓ ଅରୁଣ ସାହୁ, ଦେବୀ ମିଶ୍ର ପ୍ରମୁଖ ଏକାଠି ମେଳି ବାନ୍ଧି ଥିଲେ ।

ଆଜି ସଂନ୍ଧ୍ୟାରେ ନବୀନ ନିବାସ ଆଗରେ ଛାତ୍ର ବିଜେଡିର କିଛି ନେତା ଓ ସଦସ୍ୟ ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇଥିଲେ । ୱାକଫକୁ ନେଇ ବିଜେଡିର ଘମାସାନ ପାଇଁ କିଛି ପାଣ୍ଡିଆନକୁ ଦାୟୀ କରୁଥିବା ବେଳେ ନବୀନ କିନ୍ତୁ ନିରବ ଦ୍ରଷ୍ଚା । ଏସବୁ ଭିତରେ ଆଣ୍ଟି ପାଣ୍ଡିଆନ ଗୋଷ୍ଠୀ ବିଜୁ ବ୍ୟାନରରେ ନୂଆ ଦଳ ଗଠନ କରିବା ଚର୍ଚ୍ଚା । ଯଦି ଏମିତି ହୁଏ ତେବେ ବିଜେଡି ଗୃହ ଯୁଦ୍ଧ ଆଗକୁ ଆହୁରି ରୋଚକ ମୋଡ଼ ନେଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored