Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣ୍ଡିଆନଙ୍କ ଖେଳ ଖତମ୍, ଆଉ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି BJD ନେତା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପାଣ୍ଡିଆନଙ୍କ ଖେଳ ଖତମ୍, ଆଉ ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି BJD ନେତା !

ବିଜେଡିରେ ବଡ଼ ହଲଚଲ ଭିତରେ ବଡ଼ ବୟାନ ଦେଇଛନ୍ତି ବରିଷ୍ଠ ନେତା ଶଶି ଭୁଷଣ ବେହେରା । ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ଶଶି । ସେ ସିଧା ସିଧା କହିଛନ୍ତି ଏବେ ବି ଓଡ଼ିଶାବାସୀ ନବୀନଙ୍କୁ ଭଲ ପାଉଛନ୍ତି । ଗତ ନିର୍ବାଚନରେ ବିଜେଡିକୁ ୪୧ ପ୍ରତିଶତ ଭୋଟ ମିଳିଛି । ଓଡ଼ିଶାବାସୀଙ୍କ ମନରେ ଏବେ ବି ନବୀନ ପଟ୍ଟନାୟକ ବସା ବାନ୍ଧି ବସିଛନ୍ତି । ତେଣୁ ଯିଏ ବି ନବୀନଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରିବ, ତାକୁ ଆମେ କେବେ ବି ଛାଡ଼ିବୁ ନାହିଁ ।

ଓ୍ୱାକଫ୍ ବିଲ୍‌ ସଂଶୋଧନ ବିଲ୍‌କୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମର୍ଥନ କରିବା ପରେ ବିଜେଡିରେ ଯେଉଁ ନିଆଁ ଲାଗିଛି ତାହା ସମ୍ପୂର୍ଣ୍ଣ ଦଳକୁ ଜାଳି ପୋଡ଼ି ଛାରଖାର କରିଦେବା ଭଳି ଲାଗୁଛି । କାରଣ ସେଦିଠୁ ବିବାଦ ଥମିବାର ନାଁ ଧରୁନି । ଏହି ଘଟଣା ପରେ ବିଜେଡିରେ ଯାହା ଯାହା ଘଟୁଛି ତାହା ଗତ ୨୪ ବର୍ଷ ମଧ୍ୟରେ ଦେଖାଯାଇନଥିଲା ।



ପ୍ରଥମେ ମୁନା ଖାଁ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚି ହୋ-ହଲ୍ଲା କରିଥିଲେ । ତାପରେ ନବୀନଙ୍କୁ ଧମକ ବି ଦେଇଥିଲେ । ଆଉ ସିଧା ସିଧା କହିଥିଲେ ସସ୍ମିତଙ୍କୁ ସସ୍‌ପେଣ୍ଡ କର । ଦଳରେ ଏମିତି ସାହସ ଆଗରୁ କେବେ କେହି କରିନଥିଲେ । କିମ୍ବା ନବୀନ କ'ଣ କରିବେ କ'ଣ ନାଇଁ, ତାଙ୍କୁ ଏଭଳି ପୂର୍ବରୁ କେବେ କେହି ଖୋଲାଖୋଲି ଭାବେ କହିନଥିଲେ । ତାପରେ ପାଣ୍ଡିଆନ ମୁର୍ଦାବାଦ ବୋଲି ମଧ୍ୟ କର୍ମୀମାନେ ନାରା ଦେଇଥିଲେ ।

ସେହିଭଳି ଏହି ଘଟଣା ପରେ ଦେବାଶିଷ ସାମନ୍ତରାୟ ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ସେ ପାଣ୍ଡିଆନଙ୍କୁ ଦଳର ବିଭୀଷଣ ବୋଲି ଆକ୍ଷେପ କରିଥିଲେ । ପୂର୍ବରୁ ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ଭଳି ନେତା ମଧ୍ୟ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ।

ତେବେ ପାଣ୍ଡିଆନଙ୍କୁ ବିଭୀଷଣ ବୋଲି ଦେବାଶିଷ କହିବା ପରେ, ଆକ୍ଟିଭ ମୋଡ୍‌କୁ ଆସିଥିଲେ ପାଣ୍ଡିଆନ ପନ୍ଥି ନେତା । ସୁବାଷ ସିଂହ, ପ୍ରତାପ ଦେବ, ନିରଞ୍ଜନ ବିଶି, ସୁଲାତା ଦେଓଙ୍କ ଭଳି ନେତା ସାମ୍ନାକୁ ଆସି ଦେବାଶିଷଙ୍କୁ ପ୍ରବଳ ଧୋଇଥିଲେ । ସେମାନେ ସିଧାସିଧା କହିଥିଲେ ପାଣ୍ଡିଆନଙ୍କୁ ଅଜଥାରେ ଟାଣିବା ଉଚିତ୍‌ ନୁହେଁ । ଏମିତିକି ସାଂସଦ ଦେବାଶିଷଙ୍କୁ ଟାର୍ଗେଟ କରି 'x'ରେ ପୋଷ୍ଟ ମଧ୍ୟ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଏହି ଘଟଣା ପରେ ଦଳର କିଛି ଯୁବ ନେତା ଦେବାଶିଷଙ୍କ ସମର୍ଥନରେ ବାହାରିଛନ୍ତି । ଆଉ ଦେବାଶିଷଙ୍କୁ ଟାର୍ଗେଟ କରି ଟ୍ୱିଟ କରିଥିବା ୪ ସାଂସଦଙ୍କୁ ନିନ୍ଦା କରିଛନ୍ତି । ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି, ‘ଆମେ ଦଳର ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ ସବୁ କିଛି ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛୁ । ଯଦି ଡାକନ୍ତି ଆମେ ଆମର ଦାବି ସୁପ୍ରିମୋଙ୍କୁ ଜଣାଇବୁ । ଓ୍ୱାକଫ୍‌ ଘଟଣା ପଛରେ କିଏ, ତାକୁ ଖୋଜି ବାହାର କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛୁ । ଯଦି ଆମ ନେତା ଆମକୁ ଡାକିବେ ନିଶ୍ଚୟ ଯିବୁ । ୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟଜନକ ।

Sponsored
Pandian's game is over, BJD leader is in no position to tolerate it anymore! | Argus News