Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

VRS ନେଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ

Rashmita Mishra
Browse all articles by Rashmita Mishra
·1 year ago·1 min read
VRS ନେଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କାର୍ତ୍ତିକେୟନ

IAS ସୁଜାତା ଆର. କାର୍ତ୍ତିକେୟନ ପାଣ୍ଡିଆନ VRS ନେଇଥିବା ଚର୍ଚ୍ଚା । କେନ୍ଦ୍ର ସରକାରଙ୍କ ନିକଟରେ VRS ଆବେଦନ କରିଥିବା ବିଶେଷ ସୂତ୍ରରୁ ସୂଚନା । ୨୦୦୦ ବ୍ୟାଚର IAS ଅଫିସର ହେଲେ ସୁଜାତା କାର୍ତ୍ତିକେୟନ । ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ IAS ନିକୁଞ୍ଜ ଧଳ ଯିବା ନେଇ ଚର୍ଚ୍ଚା । ଏନେଇ ଖୁବଶୀଘ୍ର ପ୍ରକାଶ ପାଇପାରେ ବିଜ୍ଞପ୍ତି ।

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର। IAS ଚାକିରିରୁ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ। ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ। କେନ୍ଦ୍ର ସରକାର ଭିଆରଏସକୁ କେନ୍ଦ୍ର ଅନୁମୋଦନ କରିଥିବା ସୂଚନା ମିଳିଛି। ଏବେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପରେ ଏବେ ତାଙ୍କର ଆଗାମୀ ଷ୍ଟେପ ଉପରେ ସମସ୍ତଙ୍କ ନଜର ରହିଛି ।

ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ପ୍ରାୟ ଗୋଟେ ମାସ ତଳୁ ସ୍ୱେଚ୍ଛାକ୍ରୁତ ଅବସର ଲାଗି ଆବେଦନ କରିଥିଲେ। ହେଲେ ଏନେଇ ସରକାରୀସ୍ତରରେ ବାହାରକୁ ଖବର ପ୍ରକାଶ ପାଇ ନ ଥିଲା। ମାତ୍ର ଏବେ ତାଙ୍କ ଭିଆରସ ଆବେଦନ କେନ୍ଦ୍ର ଗ୍ରହଣ କରିଥିବା ନେଇ ବିଭାଗୀୟ ଚର୍ଚ୍ଚା ଜୋର ଧରିଛି।

ସୂଚନାଥାଉ କି, ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ। ଦୀର୍ଘ ୬ମାସ ସେ ତାଙ୍କ ଝିଅର ୧୦ମ ପାଠପଢା ଲାଗି ଛୁଟିରେ ରହିବା ପରେ କିଛିଦିନ ତଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଆହୁରି ଅଧିକ ଦିନ ଛୁଟି ଆବେଦନ କରିଥିଲେ ମଧ୍ୟ ଭାଜପା ସରକାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pandians-wife-sujatha-karthikeyan-takes-vrs | Argus News