Fish Farming / ହୀରାକୁଦରେ ପଞ୍ଜୁରୀ ମାଛ ଚାଷ, 7 କୋଟି ବ୍ୟୟରେ 37 ଏକର ଜାଗାରେ ହୋଇଛି ନିର୍ମାଣ

Key Points
ହୀରାକୁଦରେ ପଞ୍ଜୁରୀ ମାଛ ଚାଷ ପାଇଁ ସାଧାରଣ ସୁବିଧା କେନ୍ଦ୍ରର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
7 କୋଟି ଟଙ୍କା ବ୍ୟୟରେ 37 ଏକର ଜାଗାରେ ହୋଇଛି ନିର୍ମାଣ
ଉପକୃତ ହେବେ 10 ହଜାର ଲୋକ
ହୀରାକୁଦରେ ପଞ୍ଜୁରୀ ମାଛ ଚାଷ ପାଇଁ ସାଧାରଣ ସୁବିଧା କେନ୍ଦ୍ରର ଉଦଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଉଦବୋଧନ ଦେଇ ଧର୍ମେନ୍ଦ୍ର କହିଛନ୍ତି, ହୀରାକୁଦ ମାଛ କିପରି ବିଦେଶକୁ ଯିବ ତାହା ଆମର ଲକ୍ଷ୍ୟ ହେବା ଦରକାର । ଆଗକୁ ହୀରାକୁଦରେ ଦୁଇ ରୁ ତିନୋଟି ସ୍ଥାୟୀ ଜେଟି ନିର୍ମାଣ ହେବ । ହୀରାକୁଦରେ ନିର୍ମାଣ ହେବ ବରଫ କଳ ।
ସମ୍ବଲପୁର ରୁ 30 ହଜାର ମେଟ୍ରିକ ଟନ ସହ ବରଗଡ଼ ଓ ଝାରସୁଗୁଡା ରୁ 50 ହଜାର ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି । 500 କୋଟି ଟଙ୍କା ମାଛ ହୀରାକୁଦ ରୁ କାରବାର ହେଉଛି । ରାଜ୍ୟରେ ମାଛ ଉତ୍ପାଦନ ରେ ସମ୍ବଲପୁର ତୃତୀୟ ସ୍ଥାନ ରେ ଅଛି । 100 କୋଟି ଟଙ୍କା ବ୍ୟୟ ରେ ବସନ୍ତପୁର ରେ ଆଧୁନିକ ମାଛ ଚାଷ ଉତ୍ପାଦନ ଓ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ ଚାଲିଛି । ଯାହା ମାଛ ଚାଷୀ ଙ୍କୁ ଅଧିକ ଲାଭବାନ କରିବ । ଆଗକୁ ସମ୍ବଲପୁର ରୁ କେବଳ 1000 କୋଟି ଟଙ୍କା ମାଛ ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଆଗକୁ ହୀରାକୁଦ ରେ ମତ୍ସ ପାଳନ କ୍ୟାମ୍ପ ନିର୍ମାଣ ହେବ।
ସମ୍ବଲପୁର ହୀରାକୁଦ ଠାରେ ‘ପଞ୍ଜୁରୀ ମାଛ ଚାଷ ସାଧାରଣ ସୁବିଧା କେନ୍ଦ୍ର’ ଉଦଘାଟନ କରି ଅତ୍ୟନ୍ତ ଆନନ୍ଦିତ । ରାଜ୍ୟ ସରକାରଙ୍କ ପକ୍ଷରୁ ହୀରାକୁଦ ଜଳଭଣ୍ଡାରରେ ପଞ୍ଜୁରୀ ସ୍ଥାପନ କରି ମାଛ ଚାଷ କରାଯିବାର ଆଧୁନିକ ପ୍ରଣାଳି ସ୍ୱାଗତଯୋଗ୍ୟ ପଦକ୍ଷେପ । ଲୋକାର୍ପିତ ଅତ୍ୟାଧୁନିକ କେନ୍ଦ୍ର ଆଗାମୀ ଦିନରେ ଆମ ରାଜ୍ୟର ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ… pic.twitter.com/uQtdDTYlOQ
📱 Get Argus News App
✨ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ ଦେବେଇପାଲି ସିଏଚସି ର ନୂତନ କୋଠା ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୁଣା ସିଏଚସିକୁ ଅପଗ୍ରେଡ କରି ତିନି ମହଲା ବିଶିଷ୍ଟ ୪୦ ହଜାର ବର୍ଗ ଫୁଟ ଅଂଚଳରେ ନିର୍ମାଣ କରାଯାଇଛି । ଏଥିରେ ୨୦ ବେଡ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଚିକିତ୍ସା ଉପଲବ୍ଧ ହୋଇପାରିବ । ନିକଟରେ ପ୍ରଧାନ ମନ୍ତ୍ରୀ ଝାରସୁଗୁଡା ଗସ୍ତ ବେଳେ ବୁର୍ଲା ଭିମସାର ବିଶ୍ବ ସ୍ତରୀୟ ସୁପର ସ୍ପେସାଲିଟି ହସ୍ପିଟାଲ ଘୋଷଣା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ଝାରସୁଗୁଡ଼ାରେ ଆୟୋଜିତ “କନଭେନସନ ଅନ GST ରିଫର୍ମସ- 2025”ରେ ୟୋଗଦେଇତିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ । ଝାରସୁଗୁଡ଼ା ଚାମ୍ବର୍ସ ଅଫ୍ କମର୍ସ ଏବଂ ଚାଟାର୍ଡ ଏକାଉଣ୍ଟାଣ୍ଟ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଭାରତର ଜିଡିପି ଓ ଦେଶର ବିକାଶ ସମ୍ବନ୍ଧରେ ସୂଚନା ଦେଇଥିଲେ । ଧର୍ମେନ୍ଦ୍ର କହିଛନ୍ତି,GDPରେ ଭାରତ 3/4TH ବିକାଶ କରିବା ସହ ଗ୍ରୋଥ ରେଟ ୭.୬ରେ ପହଁଚିଛି । ଯାହାକି ଅନେକ ବଡ଼ବଡ଼ ଦେଶ ତୁଳନାରେ ଖୁବ ଅଧିକ ।
Related Topics
Explore more stories