Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓସିଏ ସଭାପତି ଭାବରେ ଦାୟିତ୍ଵ ନେଲେ ପଙ୍କଜ ଲୋଚନ ମହାନ୍ତି

Rashmita Mishra
Browse all articles by Rashmita Mishra
·1 year ago·1 min read
ଓସିଏ ସଭାପତି ଭାବରେ ଦାୟିତ୍ଵ ନେଲେ ପଙ୍କଜ ଲୋଚନ ମହାନ୍ତି

ଓସିଏ ସଭାପତି ହେଲେ ପଙ୍କଜ ଲୋଚନ ମହାନ୍ତି। AGMରେ ଆଜି ବିଧିବଧ ଭାବେ ଦାୟିତ୍ୱ ଗ୍ରହଣ କଲେ ପଙ୍କଜ। OCA ସଭାପତି ପଦରେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପଙ୍କଜ ।


ଗତ ଡିସେମ୍ବର ୧୯ରେ ପ୍ରଣବ ପ୍ରକାଶ ଦାଶ OCA ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା । OCA ସମ୍ପାଦକ ସଞ୍ଜୟ ବେହେରାଙ୍କୁ ଇସ୍ତଫା ପତ୍ର ଦେଇଥିଲେ ପ୍ରଣବ । ତାଙ୍କ ଇସ୍ତଫା ପତ୍ର OCA ତୁରନ୍ତ ଗ୍ରହଣ କରି ନେଇଥିଲା । ଏନେଇ ବାର୍ଷିକ ସାଧାରଣ ପରିଷଦ ବୈଠକରେ ସଞ୍ଜୟ ବେହେରା ସୂଚନା ଦେଇଥିଲେ । ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ ବୋଲି ମଧ୍ୟ ସେ କହିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଫେବୃଆରୀ ୨୩ରେ ଓସିଏ ସଭାପତି ନିର୍ବାଚନ ହେବାର ଥିଲା। କିନ୍ତୁ କେହି ନାମାଙ୍କନ ଦାଖଲ ନକରିବାରୁ ପଙ୍କଜ ମହାନ୍ତି ଓସିଏ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗତ ୧୨ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନର ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପଙ୍କଜ । ୧୪ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୫ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ୧୬ ତାରିଖରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ଥିଲା।


ପ୍ରଣବ ପ୍ରକାଶ ଦାସଙ୍କ ଇସ୍ତଫା ପରେ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ପଙ୍କଜ ଲୋଚନ ମହାନ୍ତି । ଶେଷ ଥର ୨୦୨୨ ଅକ୍ଟୋବର ୨୮ରେ ଓସିଏ ନିର୍ବାଚନ ହୋଇଥିଲା । ସଭାପତି ପଦ ଲାଗି ନିର୍ବାଚିତ ହୋଇଥିଲେ ପ୍ରଣବ ପ୍ରକାଶ ଦାସ। ତେବେ କାର୍ଯ୍ୟକାଳ ଶେଷ ହେବାର ୧୦ ମାସ ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ପୂର୍ବରୁ ୨୦୧୯ରୁ ୨୨ ପର୍ଯ୍ୟନ୍ତ ଓସିଏର ସଭାପତି ଭାବେ ଦାୟିତ୍ବ ତୁଲାଇଛନ୍ତି ପଙ୍କଜ ଲୋଚନ ମହାନ୍ତି ।

Sponsored
Pankaj Lochan Mohanty takes charge as OCA President | Argus News