Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାଳବୈଶାଖୀ ବର୍ଷା ପରେ ଆଗକୁ ବଡ ଖରା

Smruti Parija
Browse all articles by Smruti Parija
·1 year ago·1 min read
କାଳବୈଶାଖୀ ବର୍ଷା ପରେ ଆଗକୁ ବଡ ଖରା

ପୁଣି ରାଜ୍ୟରେ ଅନୁଭବ ହେବ ତାତି ସହ ଗୁଳୁଗୁଳି । ୩ ଦିନ ପରେ ରାଜ୍ୟରେ ଉପରମୁହାଁ ହେବ ପାରଦ । କାଳବୈଶାଖୀ ବର୍ଷା ପରେ ଆଗକୁ ଆସୁଛି ଖରାର ପ୍ରକୋପ। ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ଓଡିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ତାତି ବଢିବ । ୮ ଓ ୯ ତାରିଖରେ ଉପକୂଳର ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ନେଇ ଉପକୂଳ ଓଡ଼ିଶାର ୧୧ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆହୁରି ୪୮ଘଣ୍ଟା ଯାଏ କାଳବୈଶାଖୀ ବର୍ଷା ସହ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।


ଆଗାମୀ ୨୪ ଘଣ୍ଟାରେ ମୟୁରଭଞ୍ଜ କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼ ନବରଙ୍ଗପୁର, କୋରାପୁଟ,ମାଲକାନଗିରି ଓ ସମ୍ବଲପୁରରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଏହି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଆସନ୍ତାକାଲି କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଂଜାମ, ମୟୁରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡଘଡି ବର୍ଷା ସହ ୪୦ ରୁ ୫୦ କିମି ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ଉପକୂଳ ଓଡିଶା ଓ ତା'ର ପାଶ୍ୱବର୍ତ୍ତୀ ୧୬ ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।


ଆସନ୍ତା ୧୧ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି ବୋଲି ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଂଟାରେ କିଛି ସ୍ଥାନରେ ବର୍ଷା ହୋଇଥିବାବେଳେ ମାଲକାନଗିରି ପଡିଆରେ ସର୍ବାଧିକ ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି ଏବଂ ବଲାଙ୍ଗୀରରେ ସର୍ବାଧିକ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Sponsored
para-will-be-rise-in-the-state-in-next-3-days | Argus News