Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Beach Development / ପାରାଦୀପବାସୀଙ୍କୁ ବଡ଼ ଭେଟି: ବିଦେଶ ପରି ଝଲସି ଉଠିବ ପାରାଦୀପ ସମୁଦ୍ରକୂଳ

Rashmita Mishra
Browse all articles by Rashmita Mishra
·6 months ago·2 min read
ପାରାଦୀପବାସୀଙ୍କୁ ବଡ଼ ଭେଟି: ବିଦେଶ ପରି ଝଲସି ଉଠିବ ପାରାଦୀପ ସମୁଦ୍ରକୂଳ
Beach Development

Key Points

ପାରାଦୀପରେ ହେବ ବ୍ଲୁ ଫ୍ଲାଗ ବିଚ୍
ପାରାଦୀପ ସମୁଦ୍ର କୂଳ ହେବ ବ୍ଲୁ ଫ୍ଲାଗ ବିଚ୍
ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ
ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ

ପାରାଦୀପ ସମୁଦ୍ର କୂଳ ହେବ ବ୍ଲୁ ଫ୍ଲାଗ ବିଚ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି । କାମ କେତେ ଶୀଘ୍ର ଆରମ୍ଭ କରାଯିବ ତା ଉପରେ ଫୋକସ । ସେପଟେ ଗଞ୍ଜାମ ହାତରେ ରାଜ୍ୟର ସର୍ବାଧିକ ବ୍ଲୁ-ଫ୍ଲାଗ୍ ବେଳାଭୂମି ହେବାକୁ ଯାଉଛି । ଗୋପାଳପୁର ବେଳାଭୂମିକୁ ‘ବ୍ଲ-ଫ୍ଲାଗ୍’ ମାନ୍ୟତା ଦେବାକୁ ଚେଷ୍ଟା ଚାଲିଛି ।

ସୂଚନାନୁଯାୟୀ ପାରାଦୀପ ସମୁଦ୍ର କୂଳରେ ହେବ ବ୍ଲୁ ଫ୍ଲାଗ ବିଚ୍ । ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ଥିତି ପରଖିଛନ୍ତି । କାମ କେତେ ଶୀଘ୍ର ଆରମ୍ଭ କରାଯିବ ତା ଉପରେ ଫୋକସ ରହିଛି । ପୁରୀ ଠାରୁ ଅଧିକ ଜାଗା ପାରାଦୀପରେ ଥିବାରୁ ଏଠାରେ ସୁନ୍ଦର ଭାବେ ବ୍ଲୁ ଫ୍ଲାଗ ବିଚ୍ ହୋଇପାରିବ । ବ୍ଲୁ ଫ୍ଲାଗ ବିଚ ହେଲେ ଆଖ ପାଖର ନବକଳେବର ହେବ । ବିଦେଶରେ ଥିବା ସି ବିଚ୍ ଭଳି ପାରାଦୀପ ସମୁଦ୍ରକୂଳ ଝଲସି ଉଠିବ ।

ସେପଟେ ଗଞ୍ଜାମ ହାତରେ ରାଜ୍ୟର ସର୍ବାଧିକ ବ୍ଲୁ-ଫ୍ଲାଗ୍ ବେଳାଭୂମି ହେବାକୁ ଯାଉଛି । ସୁନାପୁର ବେଳାଭୂମି ‘ବ୍ଲୁ-ଫ୍ଲାଗ୍’ ମାନ୍ୟତା ବଜାୟ ରଖିଛି । ଗୋପାଳପୁର ବେଳାଭୂମିକୁ ‘ବ୍ଲ-ଫ୍ଲାଗ୍’ ମାନ୍ୟତା ଦେବାକୁ ଚେଷ୍ଟା ଚାଲିଛି । ସିଆର୍‌ଜେଡ୍ ଅନୁମତି ସହ ଏଠାରେ ଦ୍ଵିତୀୟ ବେଳାଭୂମି ନିର୍ମାଣ ଆରମ୍ଭ ହେବ । ଛତ୍ରପୁର ନିକଟ ଅଗସ୍ତିନୂଆଗାଁ-ନୋଳିଆନୂଆଗାଁ ଠାରେ ଥିବା ବିଜୁ ପଟ୍ଟନାୟକ ବେଳାଭୂମି ଏହି ତାଲିକାରେ ସାମିଲ ହୋଇଛି ।

ଜିଲ୍ଲାପାଳ, ବିଡିଏ ଅଧ୍ୟକ୍ଷ ଅନ୍ୟ ଅଧିକାରୀଙ୍କ ସହ ସେଠାକୁ ଯାଇ ଅନୁଧ୍ୟାନ କରିଛନ୍ତି । ସୁନାପୁର ଓ ଗୋପାଳପୁର ବେଳାଭୂମି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିବା ବେଳେ ଆର୍ଯ୍ୟପଲ୍ଲୀ ଓ ଅଗସ୍ତିନୂଆଗାଁ ସେତିକି ନାଁ ପାଇପାରିନି। ବେଳାଭୂମି ନବକଳେବର ଦ୍ଵାରା ପକ୍କା ରାସ୍ତା ହେଲେ ସହର ସହ ଗାଁଗୁଡ଼ିକର ଯୋଗାଯୋଗ ବଢ଼ିବ । ବେଳାଭୂମିକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ।

ଆସନ୍ତୁ ଜାଣିବା କଣ ଏହି ବ୍ଲୁ ଫ୍ଲାଗ ବିଚ୍ ?
ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଡେନ୍ ମାର୍କର ଏକ ଏନଜିଓ ସଂସ୍ଥା ENVIRONMENT FOR EDUCATION ଏହି ଟାଗ୍ ଦେଇଥାଏ ।
ବିଚ୍ ସଫା ସୁତୁରା ଏବଂ ପ୍ଲାଷ୍ଟିକ ମୁକ୍ତ ହୋଇଥିବା ଦରକାର ।
ସବୁ ଜାଗାରେ ଜାହାଜ ଗୁଡ଼ିକ ଆସି ରହିପାରୁଥିବ।
ଏହାର ଚାରି ପାଖ ଯଦି ସଫା ସୁତୁରା ଥିବ ।

ବ୍ଲୁ ଫ୍ଲାଗ ବିଚ୍ ପାଇଁ ନିର୍ଦ୍ଦେଶାବଳୀ
ପ୍ରଥମ ସମୁଦ୍ର କୂଳର ପାଣି ର ମାନ କେମିତି ଅଛି ?
ପରିବେଶ ଅନୁକୂଳ କି ନୁହେଁ ?
ସୁରକ୍ଷା କେମିତି ଅଛି ?
ଏହିଭଳି ଭାବେ ୩୫ ଟି ମାନ ଦଣ୍ଡ ବିଚାରକୁ ନିଆଯାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Beach Development | Big Gift for Paradeep Residents: Paradeep Beach to Shine Like International Beaches | Argus News