Paradip Port / ପାରାଦୀପ ବନ୍ଦରରେ ଅଘଟଣ: କୋଇଲା ବୋଝେଇ ସମୟରେ ଅଗ୍ନିକାଣ୍ଡ
·7 months ago·1 min read

Key Points
ପାରାଦୀପ ବନ୍ଦରରେ ଅଘଟଣ
ଜାହାଜରେ କୋଇଲା ବୋଝେଇ ବେଳେ ନିଆଁ
ପାରାଦୀପ ବନ୍ଦରରେ ଥିବା ଜାହାଜରେ କୋଇଲା ବୋଝେଇ ସମୟରେ ଅଗ୍ନିକାଣ୍ଡ
ପାରାଦୀପ ବନ୍ଦର ଚେନ୍ନାଇରାଧା ବର୍ଥରେ ନିଆଁ ଲାଗିଛି
ପାରାଦୀପ ବନ୍ଦରର ଏକ ଜାହାଜରେ କୋଇଲା ବୋଝେଇ ସମୟରେ କୋଇଲାରେ ନିଆଁ ଲାଗି ଜୋରରେ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି । ପାରାଦୀପ ବନ୍ଦର ଚେନ୍ନାଇରାଧା ବର୍ଥରେ ନିଆଁ ଲାଗିଛି । ଜାହାଜରେ କୋଇଲା ଲୋଡିଂ ସମୟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଚେନ୍ନାଇରାଧା ବର୍ଥରେ କନଭଏର ବେଲ୍ଟ ଦ୍ବାରା ଜାହାଜରେ ଲୋଡିଂ ହେଉଥିଲା ଥର୍ମାଲ କୋଇଲା ।
ନିଆଁ ଲାଗିବାରୁ ଜାହାଜକୁ CQ-2 ବର୍ଥକୁ ଅଣାଯାଇ ଜାହାଜରୁ କୋଇଲା କଢ଼ାଯାଇ ପାଣି ମରାଯାଇଛି । ପାଣି ମାରି କୋଇଲା ଲୋଡିଂ ନ କରିବାରୁ ନିଆଁ ଲାଗିଥିବା ଅନୁମାନ । ଥର୍ମାଲ୍ କୋଇଲା ଗୁଡ଼ିକ ସାଧାରଣତଃ ଗରମ ରହିଥାଏ, ସେଗୁଡ଼ିକୁ ଜାହାଜରେ ଲୋଡିଂ ସମୟରେ ପାଣି ମାରି ଲୋଡିଂ କରାଯାଇଥାଏ । ତେବେ କାଲି ବିଳମ୍ବିତ ରାତିରେ କୋଇଲା ଲୋଡିଂ ସମୟରେ ପାଣି ମରାଯାଇନଥିବାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ନିଆଁ ଓ ଧୂଆଁ ଦେଖିବା ପରେ ଜାହାଜକୁ CQ-2 ବର୍ଥକୁ ସିଫ୍ଟ କରାଯାଇ କୋଇଲା କଢ଼ାଯିବା ସହ ସେଥିରେ ପାଣି ମାରି ନିଆଁକୁ ଲିଭାଯାଉଥିବା ଦେଖିବାକୁ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories