Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ

Rashmita Mishra
Browse all articles by Rashmita Mishra
·1 year ago·2 min read
ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ

ଦିନକ ପରେ ରାଜ୍ୟରେ ବଢ଼ିବ ତାତି। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ଆଜି ଏବଂ ଆସନ୍ତାକାଲି ଦିନର ସର୍ବୋଚ୍ଚ ତାପମାତ୍ରାରେ ହେବନି କୌଣସି ପରିବର୍ତ୍ତନ। 


ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ। ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ବସନ୍ତରେ ହେଉଛି ଟାଇଁଟାଇଁ ଖରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି ୩୯ ଡିଗ୍ରୀ । ଝାରସୁଗୁଡାରେ ଗତକାଲି ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିଭଳି ଅନ୍ୟ ସହରରେ ବି ତାପମାତ୍ରା ଉପରମୁହାଁ ହୋଇଛି ।


ସେହିପରି ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ଥିଲା ୩୬.୪ ଡିଗ୍ରୀ । ସେହିପରି କଟକରେ ୩୪.୬ ଡିଗ୍ରୀ ରହିଥିଲା ସର୍ବୋଚ୍ଚ ତାପମାତ୍ରା । ଏବେଠୁ ତାତି ଏତେ ପରିମାଣରେ ବଢିଥିବାବେଳେ ଏପ୍ରିଲ ଓ ମେ’ ମାସରେ ସାଂଘାତିକ ଖରା ହେବା ଆଶଙ୍କା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଏଥର ରେକର୍ଡ ଭାଙ୍ଗିବ ତାତି । ମାର୍ଚ୍ଚରୁ ମେ’ ଯାଏଁ ସ୍ୱାଭାବିକ ଠାରୁ ଅଧିକ ରହିବ ଦିନ ତାପମାତ୍ରା । ମାର୍ଚ୍ଚରୁ ମେ’ ମଧ୍ୟରେ ଗ୍ରୀଷ୍ମ ଲହର ଅବଧି ବୃଦ୍ଧି ସମ୍ଭାବନା ରହିଛି । ଅସ୍ୱାଭାବିକ ଗରମ ସାଙ୍ଗକୁ ପୂର୍ବ ରେକର୍ଡ ଭାଙ୍ଗିପାରେ ତାତି । ମାସ ତମାମ ସ୍ୱାଭାବିକ ଠାରୁ ଅଧିକ ତାପମାତ୍ରା ରହିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।


ସୂଚନା ଅନୁସାରେ, ସାଧାରଣତଃ ଫେବ୍ରୁଆରୀ ମାସ ବେଳକୁ ଶୀତ ପ୍ରକୋପ ରହିଥାଏ । ତେବେ ଚଳିତ ବର୍ଷ ଏହି ଧାରାରେ ବିରାମ ଲାଗିଥିଲା । ଚଳିତ ଫେବ୍ରୁଆରୀ ମାସ ବେଳକୁ ଶୀତ ଉଭାନ ହୋଇଯାଇଥିବା ବେଳେ ଫେବ୍ରୁଆରୀ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଥିଲା । ଏବେଠୁ ଖରାର ପ୍ରକୋପ ଦେଖି ଆଗକୁ ତାତି ଆଗକୁ ବଢ଼ିବ ବୋଲି ଲୋକଙ୍କ ମନରେ ଛନକା ପଶିଲାଣି ।

Sponsored
Parasites have been on the rise in the state since the beginning of March. | Argus News