Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖେଳାଳିଙ୍କ ଭବିଷ୍ୟତ ସହ ଖେଳ, ଚିନ୍ତାରେ ଅଭିଭାବକ

Rashmita Mishra
Browse all articles by Rashmita Mishra
·1 year ago·1 min read
ଖେଳାଳିଙ୍କ ଭବିଷ୍ୟତ ସହ ଖେଳ, ଚିନ୍ତାରେ ଅଭିଭାବକ

Key Points

10କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହେଲା ଇଣ୍ଟୋର ଷ୍ଟାଡିୟମ
କିନ୍ତୁ ଜିଲ୍ଲା ପ୍ରଶାସନକୁ ହୋଇପାରିଲାନି ହସ୍ତାନ୍ତର
ଷ୍ଟାଡିୟମକୁ ବିଦ୍ୟୁତ ସଂଯୋଗ ନାହିଁ କି ରାସ୍ତା ନାହିଁ
ଖେଳାଳିଙ୍କ ଭବିଷ୍ୟତ ସହ ଖେଳ, ଚିନ୍ତାରେ ଅଭିଭାବକ
ଭୋଟ ହାତେଇବା ପାଇଁ ଥିଲା କି 24ବର୍ଷର ବିଜେଡି ସରକାରର ବଡ଼ ଷଡଯନ୍ତ୍ର

ପୂର୍ବ ସରକାର ସମୟରେ ୮୯ ଟି ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ବ୍ୟୟବରାଦ ହୋଇଥିଲା ୬୯୩.୩୫ କୋଟି ଟଙ୍କା । ଭଦ୍ରକ ପୌରପାଳିକା ଅଧିନସ୍ଥ ବାଗୁରାଇ ଠାରେ ରାସ୍ତା ନ ଥିବା ସ୍ଥାନରେ ୧୦ କୋଟି ରୁ ଉର୍ଦ୍ଧ ଟଙ୍କାରେ ନିର୍ମାଣ କରାଯାଇଥିଲା ଇଣ୍ଡୋର ଷ୍ଟାଡିୟମ । ଷ୍ଟାଡିୟମ ନିର୍ମାଣର ଦେଢ଼ ବର୍ଷ ଭିତରେ କାର୍ଯ୍ୟ ସରିବା କଥା। ଇଣ୍ଡୋର ଷ୍ଟାଡିୟମଟିର ନିର୍ମାଣ ସାରିଥିଲେ ମଧ୍ୟ ଆଜି ଯାଏଁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହୋଇ ପାରିନାହିଁ । କାରଣ ଷ୍ଟାଡିୟମରେ ବିଦ୍ୟୁତ ସଂଯୋଗ ନାହିଁ କି ରାସ୍ତା ନାହିଁ ।ଖେଳାଳିମାନେ ଆବଶ୍ୟକ ସୁବିଧା ପାଉନାହାନ୍ତି ।

ଇଣ୍ଡୋର ଷ୍ଟାଡିୟମ ଖୋଲୁ ନ ଥିବାରୁ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ । ଇଣ୍ଡୋର ଷ୍ଟାଡିୟମର ଏପରି ନିର୍ମାଣ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଇଣ୍ଡୋର ଷ୍ଟାଡିୟମଟି ନିର୍ମାଣ ସରିଛି। ସେଠାରେ ବିଦ୍ୟୁତ ସଂଯୋଗ ଖୁବ ଶୀଘ୍ର ହେବ । ଆଉ ସେଠାକୁ ଯିବା ପାଇଁ ରାସ୍ତା ଖୁବ ଶୀଘ୍ର ନିର୍ମାଣ କରାଯିବ। ଖୁବ ଶୀଘ୍ର ଏହି ଇଣ୍ଡୋର ଷ୍ଟାଡିୟମକୁ ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଅଭିଯୋଗ ହେଉଛି ବିଜେଡି ସରକାର ସମୟରେ ଭୋଟ ହାତେଇବା ପାଇଁ ଖେଳାଳିମାନଙ୍କୁି ଭୂଆଁ ବୁଲାଇ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ଯାହାର ପରିଣାମ ହେଲା ଖେଳାଳିଙ୍କ କାମରେ ଆସୁନି ଷ୍ଟାଡିୟମ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Parents concerned about players' future in sports | Argus News