Videos
|
Odisha

ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ

Ritu Das
Browse all articles by Ritu Das
·1 year ago
ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ

ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ। ଶୁକ୍ରବାର ବିଦ୍ୟାଳୟ ଖୋଲିବାକୁ ପ୍ରତିବାଦ କରି ଉତ୍ତେଜନା କରାଯାଇଛି। ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ । ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରୁଛି ପୋଲିସ। ଏଭଳି ଘଟଣା ଘଟିଛି ବାସୁଦେବପୁର ପୌରପାଳିକାର ସାବରପୁର ଉର୍ଦ୍ଧୁ ୟୁଜିମଇ ବିଦ୍ୟାଳୟରେ । ବିଦ୍ୟାଳୟରେ ମୋଟ 450ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ସେଥିମଧ୍ୟରୁ 430 ଜଣ ମୁସଲିମ ସମ୍ପ୍ରଦାୟର ।


ସେଥିପାଇଁ ସପ୍ତାହର ଶୁକ୍ରବାର ଦିନ ବିଦ୍ୟାଳୟ ବନ୍ଦ ରହିଥାଏ ଓ ରବିବାର ବିଦ୍ୟାଳୟ ଖୋଲା ରହେ । ହେଲେ ଆଜି ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଜି ବିଦ୍ୟାଳୟ ଖୋଲିଥିଲେ । ଏହାକୁ ପ୍ରତିବାଦ କରି ସାବରପୁରର କିଛି ଗ୍ରାମବାସୀ ଗେଟରେ ତାଲା ପକାଇ ଧାରଣାରେ ବସିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Parents suggested locking down the school | Argus News