Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରିବା ଦର ଉପରମୁହାଁ: ୫୦୦ ଟଙ୍କାରେ ଭର୍ତ୍ତି ହେଉନାହିଁ ପରିବା ବ୍ୟାଗ

Rashmita Mishra
Browse all articles by Rashmita Mishra
·1 year ago·2 min read
ପରିବା ଦର ଉପରମୁହାଁ: ୫୦୦ ଟଙ୍କାରେ ଭର୍ତ୍ତି ହେଉନାହିଁ ପରିବା ବ୍ୟାଗ

Key Points

ଲଗାଣ ବର୍ଷାର ସାଇଡ୍ ଇଫେକ୍ଟ
ପକେଟ୍ ଖାଲି କରୁଛି ପରିବା ଦର
ହାତ ମାରିବାକୁ ଲାଗୁଛି ଡର
୫୦୦ ଟଙ୍କାରେ ଭର୍ତ୍ତି ହେଉନାହିଁ ପରିବା ବ୍ୟାଗ

ଟ୍ବିନ ସିଟିରେ ଲଗାଣ ବର୍ଷାରେ ପରିବା ଦର ଉପରମୁହାଁ । ହାତ ମାରି ହେଉନି, ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡୁଛି । କଟକ ଛତ୍ରବଜାରରେ ପରିବା ଦର ଆକାଶଛୁଆଁ ହୋଇଛି । ଯେଉଁ ପରିବା କିଛିଦିନ ପୂର୍ବେ କେଜି ପ୍ରତି ଦର ୨୦ରୁ ୩୦ ଟଙ୍କା ଥିଲା ତାହା ୬୦ରୁ ୭୦ ଟଙ୍କା ହୋଇଛି । ଆଉ କିଛି ପରିବା ଦର ଶହେ ପାର କରିଛି। ହଠାତ୍ ଦର ବଢିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାହକ । ଏମିତିକି ୫୦୦ ଟଙ୍କାରେ ପରିବା ବ୍ୟାଗ ମଧ୍ୟ ଭର୍ତ୍ତି ହେଉନାହିଁ । ଯେତିକି ପୂର୍ବରୁ ନେଉଥିଲେ ଆଉ ସେତିକି ନନେଇ ଅଳ୍ପରେ ସନ୍ତୁଷ୍ଟ ହେବାକୁ ପଡୁଛି ବୋଲି କହୁଛନ୍ତି ଗ୍ରାହକ ।

ଶୁକ୍ରବାର କଟକ ଛତ୍ରବଜାର ଅର୍ବାନ ହାଟରେ ଏମିତି ରହିଛି ପରିବା ଦର:- ବାଇଗଣ -୬୦ ରୁ ୭୦, ଭେଣ୍ଡି-୬୦ ରୁ ୭୦, ଝୁଡଙ୍ଗ ୬୦, କଲରା ୬୦, ବିନ୍ସ ୧୨୦, ସଜନାଛୁଇଁ ୧୨୦, କାଙ୍କଡ଼-୧୬୦, ପୋଟଳ-୬୦ ରୁ ୭୦, ଭଣ୍ଡା-୩୦, ଫୁଲ କୋବି ଗୋଟା-୪୦, ବନ୍ଧା କୋବି-କିଲୋ ୩୦, ଗାଜର-୪୦, ବିଲାତି ୪୦ ଟଙ୍କା ରହିଛି । ବଡ କଥା ହେଲା ଖୁଚୁରା ଦୋକାନରେ ଏହି ଦର ଆହୁରି 15 ରୁ 20 ଟଙ୍କା ଅଧିକ ରହିଛି ।

ଅନ୍ୟପଟେ ବ୍ୟବସାୟୀଙ୍କ କହିବା କଥା ଲଗାଣ ବର୍ଷା ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି । ବାହାର ରାଜ୍ୟରୁ ଆସୁଥିବା ପରିବା ଦର ମଧ୍ୟ ଉଚ୍ଚା ରହିଛି । ଅଳ୍ପ କିଛି ପରିବାକୁ ଛାଡିଲେ ଯାହା ପରିବା ଆସୁଛି ସେସବୁ ବାଙ୍ଗାଲୋରରୁ ଆସୁଛି । ଫଳରେ ଦର ଉଚ୍ଚା ରହୁଥିବା କହିଛନ୍ତି ବ୍ୟବସାୟୀ । ଦରରେ ନିୟନ୍ତ୍ରଣ ପାଇଁ ଲାଗିପାରେ ଆହୁରି କିଛି ମାସ । ଏବେଠୁ ପରିବା ଦର ବୃଦ୍ଧି ନିୟନ୍ତ୍ରଣ ନକଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବା ଆଶଙ୍କା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pariba-prices-on-the-rise-pariba-bags-are-not-filling-up-with-rs-500 | Argus News