Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଭାଜନ ବିଭୀଷିକା ସ୍ମୃତି ଦିବସ; ଇତିହାସର କଳାପୃଷ୍ଠାକୁ ମନେପକାଇଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Smruti Parija
Browse all articles by Smruti Parija
·11 months ago·2 min read
ବିଭାଜନ ବିଭୀଷିକା ସ୍ମୃତି ଦିବସ; ଇତିହାସର କଳାପୃଷ୍ଠାକୁ ମନେପକାଇଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

Key Points

ଆଜି ପାଳନ ହେଉଛି ବିଭାଜନ ବିଭୀଷିକା ସ୍ମୃତି ଦିବସ 

କ୍ଷତି ସହିଥିବା ବ୍ୟକ୍ତିଙ୍କ ପାଇଁ ସମ୍ମାନର ଦିନ

କଂଗ୍ରେସକୁ ଦାୟୀ କଲେ ଅମିତ ଶାହ

1947 ମସିହା ଅଗଷ୍ଟ 15 ତାରିଖ । ଯେତେବେଳେ ଭାରତକୁ ସ୍ବାଧୀନତା ମିଳିବା ଖୁସିରେ ଦିଲ୍ଲୀରେ ପାଳନ ହେଉଥିଲା ଉତ୍ସବ। ରାଜଧାନୀ ସମେତ ବିଭିନ୍ନ ସହରରେ ନାଚଗୀତ ସହ ଆତସବାଜୀ ଶବ୍ଦରେ ପ୍ରକମ୍ପିତ ହେଉଥିଲା ପୁରା ପରିବେଶ। ଦେଶକୁ ସମ୍ବୋଧନ କରୁଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ । ପାଖରେ ଉପସ୍ଥିତ ଥିଲେ ବ୍ରିଟିଶ ବଡଲାଟ ମାଉଣ୍ଟବ୍ୟାଟେନ। ରକ୍ତର ଗୋଟିଏ ବିନ୍ଦୁ ନବହି ବିନା ଖଡଗ ଓ ବିନା ଢଲରେ ଇଂରେଜଙ୍କୁ ହଟାଇ ସ୍ବାଧୀନତା ମିଳିବାର ଭାବ ପ୍ରକଟ କରୁଥିବା ଗୀତ ବାଜି ଉଠୁଥିଲା। ଠିକ୍ ସେତିକି ବେଳେ ଭାରତର ପୂର୍ବ ଓ ପଶ୍ଚିମ ସୀମା ଲକ୍ଷ ଲକ୍ଷ ଲୋକଙ୍କର ଆର୍ତ୍ତ ଚିତ୍କାରରେ ଫାଟି ପଡୁଥିଲା।


ସେଠାକାର ଦୃଶ୍ୟ ଅତ୍ୟନ୍ତ ହୃଦ ବିଦାରକ ଓ ବିଭତ୍ସ ଥିଲା। ଭାରତମାତାର ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦିଆଯାଇଥିଲା। ଭାରତ ମାଟିରେ ଭାରତ ବିରୋଧରେ ଘୃଣା ଓ ଶତ୍ରୁତାରେ ପରିପୂର୍ଣ୍ଣ ପାକିସ୍ତାନ ନାଁରେ ଏକ କୃତ୍ରିମ ଦେଶ ଜନ୍ମ ନେଇସାରିଥିଲା। ଏହି ବିଭାଜନ ବିଭିଷୀକାର ଅକଥନୀୟ ପୀଡ଼ା ସହିଥିଲେ ଲକ୍ଷ ଲକ୍ଷ ଭାରତୀୟ। ଦେଶ ବିଭାଜନର ଏହି ବିଭିଷିକାକୁ ଆମେ ଯେପରି ଭୁଲି ନଯାଉ ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ କ୍ରମେ 2021 ଅଗଷ୍ଟ 14କୁ ବିଭାଜନ ବିଭିଷୀକା ସ୍ମୃତି ଦିବସ ଭାବେ ଆମେ ପାଳନ କରିଆସୁଛୁ।


ଆଜି 14 ଅଗଷ୍ଟ 2025 । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭାଜନରେ ଜାତନାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ମୋଦି କହିଛନ୍ତି, ଏହି ଦିନ ହେଉଛି ସେହି ମାନଙ୍କ ପାଇଁ ସମ୍ମାନର ଦିନ, ଯେଉଁମାନେ ବିଶ୍ବାସ କରିନହେବା ଭଳି କ୍ଷତି ସହିଛନ୍ତି । ଏବେବି ଜୀବନ ସଳଖି ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦେଶକୁ ବିଭାଜନ କରିଥିବାରୁ କଂଗ୍ରେସ ଉପରେ ବର୍ଷିଛନ୍ତି । କହିଛନ୍ତି ଇତିହାସରେ ଏହା ଏକ ଅନ୍ଧକାରମୟ ଅଧ୍ୟାୟ । ଦେଶକୁ କଂଗ୍ରେସ ବିଭାଜିତ କରି ମାର ଗର୍ବକୁ କ୍ଷତବିକ୍ଷତ କରିଥିଲା । ଏହି ଦିନ ହେଉଛି ବିଭାଜନରେ ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବା ଏବଂ ମନେ ପକାଇବା ।


ମୁଖ୍ୟମନ୍ତ୍ରୀ ମୋହନ ମାଝି ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ଯେ ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମ ପାଇଁ କେବଳ ଏକ ସାମାନ୍ୟ ଦିବସ ନୁହେଁ, ଏହା ଆମ ଇତିହାସର ସେହି କଳା ଅଧ୍ୟାୟକୁ ମନେପକାଇବାର ଅବସର ଯେଉଁଠାରେ ଇଂରେଜ ଓ କିଛି ନ୍ୟସ୍ତ ସ୍ୱାର୍ଥ ଭାରତୀୟ ନିଜର ରାଜନୈତିକ ଆକାଂକ୍ଷା ପାଇଁ ଆମ ଭାରତମାତାଙ୍କୁ ଖଣ୍ଡ-ଖଣ୍ଡ କରିଥିଲେ।


କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଏହି କ୍ଷତ ସବୁଦିନ ଆମକୁ ମନେପକାଇବ ଯେ ଘୃଣାର ଫଳ କେତେ ବିନାଶକାରୀ ହୋଇପାରେ । ବିଭାଜନ ବିଭୀଷିକା ସ୍ମୃତି ଦିବସ ଆମକୁ ଏକତା, ଭାଇଚାରା, ଏବଂ କରୁଣାକୁ ଜୀବନର ଆଧାର ବନାଇବା ପାଇଁ ପ୍ରେରଣା ଦିଏ । ଆଜି ବିଭାଜନ ବିଭିଷୀକା ସ୍ମୃତି ଦିବସରେ ସେହିସବୁ ଅମର ଆତ୍ମା ଏବଂ ବିସ୍ଥାପିତ ପରିବାରଙ୍କୁ ନମସ୍କାର କରୁଛି । ରାଜଭବନରେ ବିଭାଜନ ବିଭିଷୀକା ଦିବସ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅତିତର ସେସବୁ ଦିନକୁ ମନେପକାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

Sponsored
partition-commemoration-day-governor-chief-minister-and-union-education-minister-recall-the-dark-pages-of-history-argus-news | Argus News